ଜ୍ୟୋତିଷ

Vastu Tips- ପୂଜା ଘରେ ଏମିତି ଶିବଲିଙ୍ଗ ଭୁଲରେ ବି ରଖନ୍ତୁ, ପୁରା ପରିବାର ହେଇଯାଏ ବର୍ବାଦ, ସାରା ଜୀବନ ପିଛା ଛାଡେ ନାହିଁ ଦରିଦ୍ରତା

ଆମେ ଆମ ଘରେ ପ୍ରତି ଦିନ ଭଗବନାଙ୍କର ପୂଜା ଆରାର୍ଧନା କରିଥାଉ ଯାହା ଫଳରେ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ । ଯେପରିକି ପ୍ରଭୁ ମହାଦେବଙ୍କର ମଧ୍ୟ ଫୋଟୋ ରଖି ଆମେ ପୂଜା କରିଥାଉ ।

ଶାସ୍ତ୍ର ଅନୁସାରେ ଏମିତି କିଛି ନିୟମ ରହିଛି ଯେ କେଉଁ ଶିବଲିଙ୍ଗ ଘରେ ରଖିବା ଉଚିତ ଓ କେଉଁ ନିୟମ ରହିଛି । ଏହି ବିଷୟରେ ଆଜି ଆମେ ସଂକ୍ଷିପ୍ତ ବିବରଣୀ ଆପଣ ମାନଙ୍କୁ ଦେବାକୁ ଯାଉଛୁ । ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ଅନେକ ପ୍ରକାର ହୋଇଥାଏ ଯେମିତି ମାଟିର, ପଥରର, ଧାତୁର, କାଚର, ସ୍ପଟିକର, ପିତଳର, ପାରଦର ହୋଇଥାଏ । ଏମାନଙ୍କ ମଧ୍ୟରୁ ପାରଦ, ପିତଳ ଓ ସ୍ପଟିକର ଶିବଲିଙ୍ଗକୁ ଶ୍ରେଷ୍ଠ ମାନାଯାଏ ।

ନର୍ମଦେଶରୁ ନର୍ମଦା ନଦୀରୁ ବାହାରି ଥିବା ଶିବଲିଙ୍ଗକୁ ଘରେ ରଖିବା ଶୁଭ ହୋଇଥାଏ । ଏହା ଛଡା ଶିବଲିଙ୍ଗ ଯେଉଁ ପଦାର୍ଥର ହେଉ ନା କାହିଁକି ଏହାର ଉଚ୍ଚତା ୩ଇଞ୍ଚ ବା ଆମ ହାତର ଆଙ୍ଗୁଠିରୁ ଅଧିକ ହେବ ଉଚିତ ନୁହେ ।

ଏହାର କାରଣ ହେଉଛି ବଡ ବଡ ଶିବଲିଙ୍ଗ ପୂଜା କରିବା ସମୟରେ  ଅନେକ ଗୁଡିଏ ନିୟମର ପାଳନ କରିବା ଅନିବାର୍ଯ୍ୟ ଅଟେ । ଘରେ ଶିବଲିଙ୍ଗ ସ୍ଥାପିତ କରିବା ସମୟରେ ପ୍ରାଣପ୍ରତିଷ୍ଠା କରିବା ଉଚିତ ନୁହେ । କେବଳ ବିଧିବିଧାନ ସହ ପୂଜା କରି ଜଳାଭିଷେକ କରିବା ଉଚିତ । ଘରେ ଥିବା ଶିବଲିଙ୍ଗରେ ନାଗ ସାପ ବା ନନ୍ଦୀ ରହିବା ଉଚିତ ନୁହେ । ସିବା ପୁରାଣରେ ମନୁଷ୍ୟକୁ ପ୍ରଭୁ ଶିବଙ୍କୁ ପିଣ୍ଡି ଭାବେ ସ୍ଥାପିତ କରିବା ପାଇଁ କୁହ ଯାଇଛି ।

ତେଣୁ ଘରେ ପ୍ରଭୁ ଶିବଙ୍କର ପିଣ୍ଡି ଭାବେ ସ୍ଥାପନା କରିବା ଉଚିତ କିନ୍ତୁ ମୂର୍ତ୍ତି ବା ଫୋଟୋ ରଖିବା ଉଚିତ ନୁହେ । ଏହା ଛଡା ସିବା ପୁରାଣରେ ଲେଖା ଯାଇଛି ଯେ ଶିବଲିଙ୍ଗକୁ ନୀତିଦିନ ବିଧିବିଧାନ ସହ ପୂଜା ଆରାଧନା କରିବା ଉଚିତ । ଏହା ସହ ଘରେ ଗୋଟିଏରୁ ଅଧିକ ଶିବଲିଙ୍ଗ ରଖିଲେ ବହୁତ ଖରାପ ପରିଣାମ ମିଳିଥାଏ । ତେଣୁ ଘରେ ମାତ୍ର ଗୋଟିଏ ଶିବଲିଙ୍ଗ ରଖିବା ଉଚିତ ।

ଏହା ଛଡା ଶିବଲିଙ୍ଗରେ ପ୍ରତିଦିନ ଜଳାଭିଷେକ କରିବା ସହ ଶିବଲିଙ୍ଗକୁ କୌଣସି ବନ୍ଦ ଘରେ ବା ଅନ୍ଧାର ଥିବା ସ୍ଥାନରେ ରଖିବା ଉଚିତ ନୁହେ । ଏହା ବ୍ଯତୀତ ଶିବଲିଙ୍ଗ ଘରେ ରଖିବା ସହ ତାଙ୍କ ପୁରା ପରିବାର ଯେମିତି ମା ପାର୍ବତୀ, ପ୍ରଭୁ ଗଣେଶ ଓ କାର୍ତ୍ତିକଙ୍କ ଫୋଟୋ ରଖିବା ଉଚିତ । ଏହା ସହ ଶିବଲିଙ୍ଗରେ ତୁଳସୀ ପତ୍ର, ନଡିଆ ପାଣି, ଶଙ୍ଖ, କେତକୀ ଫୁଲ, ଗରମ ହୋଇଥିବା କ୍ଷୀର, ସିନ୍ଦୁର ବା ହଳଦୀ ପୂଜା କରିବା ଉଚିତ ନୁହେ ।

ମହାଦେବ ବୈରାଗୀ ହୋଇଥିବାରୁ ତାଙ୍କର ନୀତି ନିୟମ ଅନୁଯାୟୀ ପୂଜା ପାଠ କରିବା ଉଚିତ । ଏହା ଦ୍ଵାରା ମହାଦେବ ପ୍ରସନ୍ନ ହେବା ସହ ଘରେ ସୁଖସମୃଦ୍ଧିର ଆଗମନ ହୋଇଥାଏ । ଏହିଭଳି ଭାବେ ଶିବଲିଙ୍ଗକୁ ଘରେ ରଖିଲେ ବିଧିବିଧାନର ପାଳନ କରିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button