ରାଜ୍ୟ

ମୁଁହ ଖୋଲିଲେ ପଣ୍ଡା କହିଲେ ମୁଁ ନିଜେ ଶୁଣିଛି ଜୟ ଜଗନ୍ନାଥ ଡାକ ମିଛ ଅପପ୍ରଚାର ବନ୍ଦ କର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସିଶିଆଲ ମିଡ଼ିଆ ରେ ପଶୁ, ପକ୍ଷୀ, ଜୀବ, ଜନ୍ତୁଙ୍କୁ ନେଇ ଅନେକ ପ୍ରକାର ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ସିଂହଦ୍ବାରରେ ମୂଷା ତୁଣ୍ଡରେ ଜୟ ଜଗନ୍ନାଥ ଶୁଣିବାକୁ ମିଳିଥିଲା।
Special Report
ମୁଣ୍ଡ ହଲେଇ ଚିଂ ଚିଂ ହୋଇ ମୂଷା କହୁଥିଲା ଜୟ ଜଗନ୍ନାଥ। ବିଶ୍ୱାସ ହେଉନଥିଲେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିରରେ। ହୁଏତ ଶୁଆ ଯଦି ଜୟ ଜଗନ୍ନାଥ କହୁଥାନ୍ତା ତେବେ ଆପଣଙ୍କୁ ଏତେ ଅଦ୍ଭୁତ ଲାଗିନଥାନ୍ତା।
ଯୁବତୀ ଜଣେ ମୂଷାକୁ କହୁଛନ୍ତି ଜୟ ଜଗନ୍ନାଥ କହିବାକୁ। ଆଉ ତାପରେ ସେ କେମିତି ମୁଣ୍ଡ ହଲାଇ ଜୟ ଜଗନ୍ନାଥ କହୁଛି। ଉପସ୍ଥିତ ଥିବା ଲୋକ ବି ଆଶ୍ଚର୍ଯ୍ୟ ହୋଇଥିଲେ। ଯାଜପୁରରୁ ଏହି ମୂଷା ନିଜ ମାଲିକାଣି ସହ ଆସିଥିଲେ ପୁରୀ।
Special Report
ଯାଜପୁରର ଯୁବତୀ ଜଣକ ଏହି ମୂଷା ଦୁଇ ଜଣଙ୍କୁ ନିଜ ଛୁଆ ଭଳି ଯତ୍ନ କରି ଆସିଛନ୍ତି। ଆଉ ଶ୍ରୀମନ୍ଦିର ଆସିବା ବେଳେ ବି ମୂଷା ଦୁଇଟିଙ୍କୁ ସାଙ୍ଗରେ ଆଣିବାକୁ ଭୁଲି ନଥିଲେ।
ହେଲେ ସବୁଠାରୁ ସୁନ୍ଦର କଥା ହେଉଛି, ଯେତେବେଳେ ଯୁବତୀ ଜଣଙ୍କ ମୂଷାକୁ ଜୟ ଜଗନ୍ନାଥ କହିବା ପାଇଁ ନିର୍ଦେଶ ଦେଉଥିଲେ, ତତକ୍ଷଣାତ ଚିଂ ଚିଂ ହୋଇ ମୂଷା କହୁଥିଲା ଜୟଜଗନ୍ନାଥ। ତେବେ ବନ୍ଧୁଗଣ ଏହି ଘଟଣାକୁ କିଛି ଲୋକ ମିଛ ବୋଲି କହୁଛନ୍ତି।
Special Report
ଆଉ ସେହି ଯୁବତୀଙ୍କୁ ଗାଳି ମଧ୍ୟ ଦେଉଛନ୍ତି। ତେବେ ଏହି ଘଟଣାକୁ ନେଇ ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବକ କହିଛନ୍ତି ଯେ ସେ ନିଜେ ଦେଖିଥିଲେ ଯେ ମୂଷା ଦୁଇଟି ଜୟ ଜଗନ୍ନାଥ କହୁଥିବାର।
ଆଉ ଯୁବତୀ ଜଣକ ଭାଇରାଲ ହେବା ପାଇଁ ଏସବୁ କରିନଥିବା ବୋଲି ସେବକ ଜଣକ କହିଛନ୍ତି। ଆଉ ସେହି ମୂଷା ଦୁଇଟି କୁ ପ୍ରଥମରୁ ଟ୍ରେନିଂ ଦିଆଯାଇଥିବାରୁ ମୂଷା ଦୁଇଟି କଥାକୁ ଶୁଣି ଅବିକଳ ସେହି ଭଳି କହି ପାରୁଛନ୍ତି।
ତେବେ ସେହି ମୂଷା ଦୁଇଟି ଙ୍କ ମାଲିକାଣୀଙ୍କ ବିଷୟରେ ମିଛ ଫାଲତୁ କଥା ନକହିବାକୁ ସେବକ ଜଣକ କହିଛନ୍ତି। ଆଉ ମହିଳା ଜଣଙ୍କୁ ମିଛାରେ ନିନ୍ଦା କରନ୍ତୁ ନାହିଁ ବୋଲି ସେବକ ଜଣକ କହିଛନ୍ତି
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button