ଗୋପରେ ନନ୍ଦୋତ୍ସଵ, ମଥୁରାରେ ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ

ବରଗଡ଼ ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି । ଏବଂ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । ଏଥିରେ ସମସ୍ତ ଗୋପପୁରବାସୀ ସାମିଲ ହୋଇ ଆନନ୍ଦ ଉତ୍ସାହର ସହ ନାଚି ଗାଇ କୃଷ୍ଣଙ୍କୁ ଦୋଳି ଝୁଲାଇଛନ୍ତି । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ଉତ୍ସବ ମୁଖର । ବୃଦ୍ଧକାଳେ ପୁତ୍ର ସନ୍ତାନ ଲାଭ କରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇପଡ଼ିଛନ୍ତି । ଏହାସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ । ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପୀ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ରାସନୃତ୍ୟରେ ମାତି ଯାଇଛନ୍ତି । କୃଷ୍ଣଙ୍କ ଦର୍ଶନ ପାଇଁ ଗୋପପୁରବାସୀ ଆତ୍ମବିଭୋର ହୋଇ ପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟ ଘଣ୍ଟା, ବାଦ୍ୟ, ସଂକୀତ୍ତନରେ ଉଛୁଳି ପଡ଼ୁଛି ଗୋପଦାଣ୍ଡ ଏବଂ ନନ୍ଦରାଜା ଓ ଯଶୋଦାଙ୍କ କୋଳରେ ଶୋଭା ପାଉଛନ୍ତି ଶ୍ରୀକୃଷ୍ଣ ।
ଏପଟେ ମଥୁରାରେ ଜୋରସୋରରେ ଚାଲିଛି ମହାରାଜ କଂସଙ୍କ ରାଜୁତି । ପ୍ରଥମେ ଶ୍ୟାମେଶ୍ଵର ମହାଦେବ ଙ୍କ ଦର୍ଶନ କରିବା ପରେ ନଗର ପରିକ୍ରମା କରିଥିଲେ ।ପରେ ରାଜଦରବରକୁ ପହଂଚିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୁଚନା ମିଳିଛି ମହାରାଜ କଂସଙ୍କୁ ,ଏହାପରେ ମହାରାଜ କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାକୁ ଛଡାଇ ଆଣିଛନ୍ତି ଦେବକୀଙ୍କ କୋଲରୁ । ଦେବକୀ ବସୁଦେବ ଶିଶୁକନ୍ୟାକୁ ଛାଡ଼ିଦେବାକୁ ବହୁ କାକୁତି ମିନତୀ ହୋଇଥିଲେ ମଧ୍ୟ ମାନି ନାହିଁ କଂସ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡିବା ବେଳେ କଂସର ହାତରୁ ଶିଶୁ କନ୍ୟାଟି ଅନ୍ତର୍ଧ୍ୟାନ ହୋଇଯାଉଛି ଏବଂ ଶୂନ୍ୟ ମହାକାଶରେ କହିଛନ୍ତି ଦୈଵ ବାଣୀ ” ରେ କଂସ ତତେ ବଧିବ ଯିଏ ଗୋପରେ ବଢୁଛି ସିଏ” । ଏଥିରେ ଅତ୍ୟନ୍ତ ଭୟ ଓ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରି ଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଂଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବାବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ବାନ କରିଛନ୍ତି ଷଡ଼ମଲ୍ଲ ବିର ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ କୃଷ୍ଣ ବଲରାମଙ୍କୁ ମାରିବା ପାଇଁ ବାହାରି ପଡିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ।ତେବେ ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରରେ ଗୋପୀ ଗୋପାଳଙ୍କ ସହ କୃଷ୍ଣ ବଳରାମଙ୍କ ଲୀଳାଖେଳା,କୃଷ୍ଣ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀଙ୍କ ସହ ଷଡମଲ୍ଲଙ୍କ ବଧ ହେବାର ଦୃଶ୍ୟ ଅଭିନୀତ ହେବ, ଅନ୍ୟ ପଟେ ମଥୁରାରେ ମହାରାଜ କଂସ ଙ୍କ ନଗର ଭ୍ରମଣ, କଂସଙ୍କ ଦ୍ଵାରା ମୁକ୍ତେଶ୍ଵର ବାବଙ୍କ ରୁଦ୍ରାଭିସେକ୍, ରାଜଦରବାର ରେ ପୁତନା ସହିତ ଷଡମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସ ର ଶୋକ