ରାଜ୍ୟ

ବର୍ବରତା: ପାଳଗଦାରେ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼/ଲେଫ୍ରିପଡ଼ା: ଲେଫ୍ରିପଡ଼ା ଥାନା ସର୍ଗିପାଲି ଜିଙ୍କନଗର ନବୋଦୟ ବିଦ୍ୟାଳୟ ପଛପଟେ ଜଳି ଯାଇଥିବା ପାଳଗଦାରୁ ସ୍କୁଟର ସହ ଜଣେ ଯୁବକଙ୍କ ସମ୍ପୂର୍ଣ୍ଣ ଦଗ୍ଧଶରୀର ଉଦ୍ଧାର ହୋଇଛି। ସ୍କୁଟର ବି ପୋଡ଼ି ପାଉଁଶ ହୋଇଯାଇଛି। ମୃତକଙ୍କ ପରିଚୟ ମିଳି ନଥିବାବେଳେ କେହି ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ସ୍କୁଟର ସହ ପାଳଗଦାରେ ପକାଇ ଜାଳି ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ମୃତକଙ୍କ ଦଗ୍ଧଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ୟବଚ୍ଛେଦ ପରେ ସମସ୍ତ ବିଷୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଗୁରୁବାର ରାତିରେ ନବୋଦୟ ବିଦ୍ୟାଳୟ ପଛପଟେ ପାଳଗଦା ଜଳୁଥିବା କେତେକ ଲୋକ ଦେଖିଥିଲେ। ଶୁକ୍ରବାର ସକାଳେ ସେଠାରେ ଚାଷ କରୁଥିବା ଜଣେ ଚାଷୀ ବିଲକୁ ଯାଇଥିବାବେଳେ ପାଉଁଶଗଦାରେ ପୋଡ଼ା ଶବ ଓ ସ୍କୁଟର ଦେଖି ପୁଲିସକୁ ଖବର ଦେଇଥିଲେ। ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ସର୍ଗିପାଲି କେନାଲ ନିକଟରୁ ଜଣେ ଅଜଣା ମହିଳାଙ୍କ କଙ୍କାଳ ମିଳିଥିଲା। ଆଜି ପୁଣି ଜଣେ ଅଜଣା ଯୁବକଙ୍କ ଦଗ୍ଧଶରୀର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button