ରାଜ୍ୟ

ଅଦିନିଆ ବର୍ଷାରେ ଫସଲ ଉଜୁଡି ଯିବାରୁ ଟଳିପଡିଲେ ଚାଷୀ

ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ଉଜୁଡି ଯିବାରୁ  ଦୁଶ୍ଚିନ୍ତାରେ ଜମିରୁ ଫେରି ଟଳି ପଡିଲେ ଚାଷୀ। ଛାତିରେ ଯନ୍ତ୍ରଣା ଅନୁଭବ ହେଲା ଆଉ ସଙ୍ଗେ ସଙ୍ଗେ ତାଙ୍କର ମୃତ୍ୟୁ ଘଟିଲା। ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସଂଥପୁରା ଗାଁରେ। ସଂଥପୁରା ଗାଁର ମଳିକ ସାହିର ୫୫ ବର୍ଷୀୟ ଭାବଗ୍ରାହୀ ମଳିକ ଅନେକ ଜମି ମlଲିକଙ୍କଠୁ ଅନୁମତି ନେଇ ଭାଗ ଚାଷ କରିଥିଲେ। ଧାନ ଚାଷ କରି ବେଶ ଲାଭବାନ ହେବାର ଆଶା ଥିଲା। କିନ୍ତୁ ଧାନ କଟା ବେଳେ ଅଦିନିଆ ବର୍ଷା ହେବାରୁ ସେ ଚାଷ କରିଥିବା ଆଠ ଏକର ଜମିରେ ଧାନ ଫସଲ ବର୍ଷାରେ ଭିଜି ଭିଜି ନଷ୍ଟ ହୋଇଯାଉଥିଲl।  ଏହାକୁ ଦେଖି ଦୁଇ ଦିନ ହେବ ଚାଷୀ ଭାବଗ୍ରାହୀ ମଳିକ ଦୁଶ୍ଚିନ୍ତାରେ ଥିଲେ। ଅଦିନିଆ ବର୍ଷା ଓ ଉଜୁଡା ଧାନ କ୍ଷେତ ଆଉ ମୁଣ୍ଡ ଉପରେ ଥିବା ଋଣ ଭାର ଯୋଗୁଁ ଭାବଗ୍ରାହୀ ମଳିକଙ୍କ ମୃତୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button