ରାଜ୍ୟ

ପୁରୀ ବିଚ୍‌ ମାରାଥନ୍‌: ଭାଗନେଲେ ୫ଶହ କ୍ରୀଡ଼ାବିତ୍‌

 

ପୁରୀ: ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍‌ ଆଡ୍‌ଭେଞ୍ଚର୍‌ କ୍ଲବ୍‌ (ବିସିଏସି) ପକ୍ଷରୁ ଆୟୋଜିତ ‘ପୁରୀ ବିଚ୍‌ ମାରାଥନ୍‌’ ଚତୁର୍ଥ ସଂସ୍କରଣରେ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟ, ଦେଶ ଓ ଦେଶ ବାହାରୁ ୫ଶହ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିବା ବେଳେ ୮୦ ଜଣ ମହିଳା କ୍ରୀଡ଼ାବିତ୍ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଇଥିଓପିଆ, କେନିଆ ଓ ଇଂଲଣ୍ଡର ପ୍ରତିଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି।

୨୧କିଲୋମିଟର ହାପ୍‌ ମାରାଥନକୁ ଓଡ଼ିଶାର ଅଶୋକ ଦଣ୍ଡସେନା ୧ ଘଣ୍ଟା ୧୭ ମିନିଟ୍ ୨୫ ସେକେଣ୍ଡ୍‌ରେ ଶେଷ କରି ପ୍ରଥମ ପୁରସ୍କାର ହାତେଇଛନ୍ତି। ତାଙ୍କୁ ଟ୍ରଫି ୫୦ ହଜାର ଟଙ୍କାର ଆର୍ଥିକ ରାଶି ଦିଆଯାଇଛି। ପୂର୍ବ ବର୍ଷ ମଧ୍ୟ ଅଶୋକ ଦଣ୍ଡସେନା ପ୍ରଥମ ପୁରସ୍କାର ପାଇଥିଲେ। ପଶ୍ଚିମବଙ୍ଗର ପଞ୍ଚାନନ ବେରା ୧ ଘଣ୍ଟା ୧୭ ମିନିଟ ୨୯ ସେକେଣ୍ଡରେ ପହଞ୍ଚି ଦ୍ବିତୀୟ ପୁରସ୍କାର ସ୍ବରୂପ ୩୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ଜିତିଛନ୍ତି। ଇଥିଓପିଆର ୟୋଶେଫ ଗେଟାହୁନ ଆବେବେ ୧ ଘଣ୍ଟା ୧୭ ମିନିଟ୍ ୪୬ ସେକେଣ୍ଡରେ ପହଞ୍ଚି ତୃତୀୟ ସ୍ଥାନ ଦଖଲ କରି ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ଜିତିଛନ୍ତି। ଅତିରିକ୍ତ ଡିଜି ତଥା ବିସିଏସିର ସଭାପତି ସଞ୍ଜୀବ ପଣ୍ଡା ଏବଂ ସମ୍ପାଦକ ଅଜୟ କୁମାର ନନ୍ଦ ଶାମୁକା ବିଚ୍‌ ନିକଟରେ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ।
ଅତିରିକ୍ତ ପୁଲିସ ଡିଜି ସଂଜୀବ ପଣ୍ଡାଙ୍କ ସମେତ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବିସିଏସିର ସମ୍ପାଦକ ଅଜୟ ନନ୍ଦ ପ୍ରମୁଖ ଟ୍ରଫି ଓ ଅର୍ଥରାଶି ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button