ରାଜ୍ୟ

ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ଏବେ ସକ୍ରିୟ ହେବାରେ ଲାଗିଛନ୍ତି। ପୁଲିସକୁ କିପରି ଧରାଶାୟୀ କରିବେ ସେନେଇ ପ୍ରତିଦିନ ନୂଆ ନୂଆ ରଣନୀତି କରୁଥିଲେ ମଧ୍ୟ ସେମାନଙ୍କର ହିଁ କ୍ଷତି ଘଟୁଛି। ନକ୍ସଲ ପୁଲିସର ଘନଘନ ଅପରେସନ ଯୋଗୁ ଏବେ ତେଲେଙ୍ଗାନା ଏବଂ ଓଡ଼ିଶା ମୁହାଁ ହେଲେଣି।

ଛତିଶଗଡର ଦୁର୍ଗମ ଅଞ୍ଚଳଗୁଡିକରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ଯୋଗୁ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି।ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଜିଡପାଲୀ ଗ୍ରାମ ନିକଟରେ ନୂତନ ପୁଲିସ କ୍ୟାମ୍ପ ଗତ ଦୁଇ ଦିନ ତଳେ ପ୍ରତିଷ୍ଠା କରାଯାଇଛି।

ତେବେ ନକ୍ସଲ ଏଥିରେ ଉତକ୍ଷିପ୍ତ ହୋଇ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ନକ୍ସଲ ଏହି ନୂତନ କ୍ୟାମ୍ପ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ରକେଟ ଲଞ୍ଚରରେ ଯବାନ ଯେତେବେଳେ ନକ୍ସଲ ଉପରେ ଆକ୍ରମଣ କଲେ ନକ୍ସଲ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ।
ଯବାନଙ୍କର ଗୁଳି ଏବଂ ରକେଟ ଲଞ୍ଚରର ସାମ୍ନା କରିପାରି ନ ଥିଲେ। ତେବେ ନୂତନ କ୍ୟାମ୍ପ ଖୋଲାଯାଇଥିବାରୁ ସିଆରପିଏଫ ଡିଆଇଜି ସୁରଜପାଲ ବ୍ରହ୍ମା,ଏସପି ଜିତେନ୍ଦ୍ର ୟାଦବ,କମାଣ୍ଡାଣ୍ଟ ଲତିଫ କୁମାର ଶର୍ମା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଜିଡପାଲୀ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ନକ୍ସଲ କ୍ୟାଡରଙ୍କର ତାଲିମ କେନ୍ଦ୍ର ଥିଲା। ଏଠାରେ ଯେତେବେଳେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେଲା ନକ୍ସଲ ହଡବଡେଇ ଗଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button