ରାଜ୍ୟ
ଆଇପିଏସ୍ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ

ଭୁବନେଶ୍ୱର: ଆଇପିଏସ୍ ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୦୪ ବ୍ୟାଚ୍ର ଆଇପିଏସ୍ ଅଫିସର ଆଶିଷ ସିଂହଙ୍କର ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାମ କରିବାର ଅଭିଜ୍ଞତା ରହିଛି। କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।