ଦେଶ- ବିଦେଶ

ସକାଳୁ ଉଠିଲା ମାତ୍ରେ କରନ୍ତୁ ଏହି କାମ, ସବୁଦିନ ସ୍କିନ ରହିବ ସୁସ୍ଥ, ଉଜ୍ଜଳ ଓ ଚମକଦାର –

ସକାଳୁ ଉଠି ଚେହେରାରେ ଫେସ ୱାଶ କି ସାବୁନରେ ଧୋଇବା ଅନୁଚିତ । ସକାଳୁ ଥଣ୍ଡା ପାଣିରେ ମୁହଁକୁ ଧୁଅନ୍ତୁ । ଏହାଦ୍ବାରା ମୁହଁର ବ୍ଲଡ ଫ୍ଲୋ ସ୍ଲୋ ଡାଉନ ହୋଇଥାଏ । ଏଥିରେ ଆପଣଙ୍କ ମୁହଁରେ ଥିବା ଟକସିନ ବହୁତ ଆରମରେ ବାହାରିଥାଏ । ସବୁଠୁ ବଡ କଥା ଆପଣଙ୍କ ମୁହଁରେ ଯେତେ କସମେଟିକ ଜମା ହୋଇଥିବା ସେ ସବୁ ଧୀରେ ଧୀରେ ବାହାରକୁ ଆସିଯାଇଥାଏ । ଥଣ୍ଡା ପାଣି ଆପଣଙ୍କ ସ୍କିନର ସେଲକୁ ରିଜ୍ୟୁଭିନେଟ କରିଥାଏ ଓ ଆପଣଙ୍କ ସ୍କିନର ଏକ୍ସଟ୍ରା ଅଏଲ ପ୍ରଡକସନକୁ କଣ୍ଟ୍ରୋଲ କରିଥାଏ ।

ସକାଳୁ ଥଣ୍ଡା ପାଣିରେ ମୁହଁ ଧୋଇଲେ ବହୁତ ସାରା ଫାଇଦା ଦେଇଥାଏ । ଯେତେବେଳେ ସକାଳେ ଆପଣ ମୁହଁ ଧୋଉଛନ୍ତି, ଚେହେରାକୁ 2 ରୁ 3 ମିନିଟ ଥଣ୍ଡା ପାଣିରେ ଧୁଅନ୍ତୁ । ସକାଳର ଯେଉଁ ଦୁଇଘଣ୍ଟା ସମୟ ଥାଏ ସେହି ସମୟରେ ଶରୀରକୁ ହାଇଡ୍ରେଟ କରିବା ଉଚିତ । ଆମେ ସକାଳୁ ଉଠି କିଛି ନା କିଛି ପାଣି କି ଜୁଷ ପିଇଥାଉ । ତାହା ଆପଣଙ୍କ ସ୍କିନକୁ ସୁସ୍ଥ ବନେଇବାରେ ସାହାର୍ଯ୍ୟ କରିଥାଏ ।

କିଛି ବି ପାଣି ଯଥା ଲେମ୍ବୁ ପାଣି, ମହୁ ପାଣି, ଜୀରା ପାଣି ଏହାକୁ ପ୍ରସ୍ତୁତ କରି ସେବନ କରିପାରିବେ । ଯଦି ଆପଣଙ୍କୁ ସୁଯୋଗ ମିଳୁଛି ଆପଣ ଫଳ ଜୁଷ ମଧ୍ୟ ପିଇପାରିବେ ଓ ନଡିଆ ପାଣି ମଧ୍ୟ ପିଇପାରିବେ । ସକାଳର ଆରମ୍ଭ ସମୟ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଆପଣଙ୍କ ଶରୀରକୁ ହାଇଡ୍ରେଟ କରିବା ପାଇଁ । ଆପଣଙ୍କ ଶରୀରରେ ଯେତେ ଅଧିକ ମାତ୍ରା ଜଳର ମାତ୍ରା ରହିବ ସେତେ ଆପଣଙ୍କ ସ୍କିନ ହାଇଡ୍ରେଟ ରହିବ ।

ଯେତେବେଳେ ହାଇଡ୍ରେଟ ବଢିଯିବ ସେତେବେଳେ ଆପଣଙ୍କ ସ୍କିନ ସୁନ୍ଦର ଦେଖାଯିବା ଆରମ୍ଭ ହୋଇବ । ସେଥିଲାଗି ସକାଳ ସମୟ ଆମ ସ୍କିନ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ପାଣି ପିଇବା ପାଇଁ । କାରଣ ଦିନ ସାରା ଆମେ ବ୍ୟସ୍ତ ରହିଥାଉ ପାଣି ପିଇବାକୁ ଭୁଲିଯାଇଥାଉ ।

ସକାଳୁ ଯେତେବେଳେ ଥଣ୍ଡା ପାଣିରେ ମୁହଁ ଧୋଉଛନ୍ତି ୨ ଘଣ୍ଟା ପର୍ଯ୍ୟନ୍ତ ଚେହେରାରେ କିଛି ଲଗାନ୍ତୁ ନାହିଁ । ବହୁତ ଲୋକ ମସ୍ଚରାଇଜର ବା ସନ୍ସ କ୍ରିମ ମଧ୍ୟ ଲଗାଇଥାନ୍ତି । ସେଥିଲାଗି ସକାଳର ଦୁଇଘଣ୍ଟା ସ୍କିନକୁ ଟିକେ ସେମିତି ଛାଡନ୍ତୁ ଓ ତା ପୂର୍ବରୁ ଥଣ୍ଡା ପାଣିରେ ମୁହଁକୁ ଭଲରେ ଧୁଅନ୍ତୁ । ଏହା ଥିଲା ସକାଳର ତିନୋଟି ଟିପ୍ସ ଯାହାକୁ ପ୍ରତିଦିନ କରି ଚେହରକୁ ସୁସ୍ଥ, ଉଜ୍ଜଳ, ସୁନ୍ଦର କରିପାରିବେ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button