ରାଜ୍ୟ
ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ, କ୍ଷୟକ୍ଷତିର ସୂଚନା ନାହିଁ

ମାଲକାନଗିରି: ମାଲକାନଗିରିରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୭ଟା ୨୮ ମିନିଟରେ ଅନୁଭୂତ ହୋଇଥିବା ଜଣାଯାଇଛି ।ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ। ଏହାର ପ୍ରଭାବ କୋରାପୁଟ ଜିଲ୍ଲାରେ ବି ପରିଲକ୍ଷିତ ହୋଇଛି। ଖାଲି ସେତିକି ନୁହେଁ, ପଡ଼ୋଶୀ ଛତିଶଗଡ଼ର ସୁକୁମା ଓ ବିଜାପୁରରେ ମଧ୍ୟ ଅନୁଭୂତ ହୋଇଛି।
ଭୂମିକମ୍ପର କେନ୍ଦ୍ରବିନ୍ଦୁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ବୋଲି ସ୍ପଷ୍ଟ ହୋଇଛି। ମୁଲୁଗୁଠାରେ ରିକ୍ଟର ସ୍କେଲର ତୀବ୍ରତା ୫.୩ ବୋଲି ଜଣାଯାଇଛି।