ରାଜ୍ୟ

ବାଇକକୁ ଧକ୍କା ଦେଲା କାର୍: ଦୁଇ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ-୨୬ରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଥିବା ମହଗାଁ ଛକ ଠାରେ ଏକ ବାଇକକୁ କାର୍ ଧକ୍କା ଦେଇଥିଲା। ଏହାଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି। ମୃତକ ଦୁଇ ଜଣ ଟିଟିଲାଗଡ଼ ଥାନା ଶଗଡ଼ଘାଟ ପଞ୍ଚାୟତ ଅଞ୍ଚଳର ବୋଲି ଜଣାଯାଇଛି।. ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତଦନ୍ତ ଜାରି ରଖିଛି।
ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି। ମୃତକ ଦୁଇ ଜଣ ଟିଟିଲାଗଡ଼ ଥାନା ଶଗଡ଼ଘାଟ ପଞ୍ଚାୟତ ଅଞ୍ଚଳର ବୋଲି ଜଣାଯାଇଛି।. ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତଦନ୍ତ ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button