ରାଜ୍ୟ

ନୃଶଂସ ବାପାର ନାରକୀୟକାଣ୍ଡ: ପୁଅକୁ ଟାଙ୍ଗିଆରେ ହାଣିଲା

ରାଉରକେଲା: ପାରିବାରିକ କଳହରୁ ନାରକୀୟକାଣ୍ଡ ଭିଆଇଛି ଜଣେ ବାପା। ଶୋଇଥିଲାବେଳେ ନିଜ ପୁଅକୁ ଟାଙ୍ଗିଆରେ ହାଣି ନିର୍ମମଭାବେ ଜୀବନ ନେଇଛି। ନୂଆଗାଁ ବ୍ଲକ ଅନ୍ତର୍ଗତ ଗାଇଁଜର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ବସନ୍ତ ଓରାମ (୩୮)। ପୁଲିସ ହତ୍ୟାକାରୀ ବାପ ଜଟ ଓରାମ (୬୫)କୁ ଗିରଫ କରି କୋର୍ଟଚାଲାଣ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଛି।

ମୃତ ବସନ୍ତଙ୍କ ବଡ଼ଭାଇଙ୍କ ଲିଖିତ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ନୂଆଗାଁ ବ୍ଲକ ଗାଇଁଜରରେ ଜଟ ଓରାମ ଓ ତାଙ୍କ ପରିବାର ରୁହନ୍ତି। ଅନେକ ସମୟରେ ପାରିବାରିକ କାରଣକୁ ନେଇ ଜଟ ଓ ତାଙ୍କ ପୁଅ ବସନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ମଙ୍ଗଳବାର ରାତିରେ ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ବସନ୍ତ ଖାଇ ସାରି ନିଜ କୋଠରିରେ ଶୋଇଥିଲେ। ସେ ଶୋଇଯିବା ପରେ ଜଟ ହିତାହିତ ଜ୍ଞାନ ଭୁଲି ଘରେ ଥିବା ଟାଙ୍ଗିଆ ନେଇ ପୁଅର ବେକ ଓ ମୁଣ୍ଡକୁ ହାଣି ପକାଇଥିଲା। ରକ୍ତାକ୍ତ ବସନ୍ତ ନିଜକୁ ବଞ୍ଚାଇବାକୁ ପାଟି କରିଥିଲେ। ପାଟିଶୁଣି ପରିବାରର ଅନ୍ୟ ସଦସ୍ୟ ଦୌଡ଼ି ଆସିବାରୁ ଜଟ ସେଠାରୁ ଦୌଡି ପଳାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button