ରେଢ଼ାଖୋଲ ଚାରମାଳ ଇଲେକ୍ଟ୍ରି ଗ୍ରୀଡ଼ରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅଧୀନ ଚାରମାଳ ଥାନା ଅଞ୍ଚଳରେ ନୂତନ ଭାବରେ ଇଲେକ୍ଟ୍ରି ଗ୍ରୀଡ଼ କାମ ହେଉଥିବା ବେଳେ ଗତ ଗୁରୁବାର ମଧ୍ୟରାତ୍ରିରେ ଏକ ଟ୍ରକ ଯୋଗେ ୨୫ ରୁ ୩୦ଜଣ କିଛି ଦୁର୍ବୁତ୍ତ ଆସି ଗ୍ରୀଡ଼ରେ କାମକରୁଥିବା କିଛି ଶ୍ରମିକ ଓ ସିକ୍ୟୁରିଟୀ ଗାର୍ଡଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇଥିଲେ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ଗାଡ଼ି ସହ ଫେରାର ମାରିଥିଲେ ।
ଯାହାକୁ ନେଇ ଏସ.ପି ମୁକେଶ ଭାମୁଙ୍କ ନେତୃତ୍ୱରେ ରେଢ଼ାଖୋଲ, ଚାରମାଳ ,ସମ୍ବଲପୁରର ପୋଲିସଙ୍କୁ ନେଇ ଏକ ଟିମ ଗଠନ କରିଥିଲେ । ଝାରସୁଗୁଡ଼ାରୁ ୪୦୭ ମିନିଟ୍ରକ ,୧୫ ଲକ୍ଷର କେବୁଲ ,ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିବା ସହ ଘଟଣାରେ ସମ୍ପୁକ୍ତ ୪ଜଣ ଙ୍କୁ ଗିରଫ କରି ଥିବା ବେଳେ ୨୫ଜଣ ଫେରାର ଥିବା ଜଣାପଡିଛି ।
ଗିରଫ ବ୍ୟକ୍ତି ମାନେ ହେଲେ, ଆଲୋକ ସାହୁ ,ମିଯାନ ଏସ କେ, ହସନ ଏସ କେ , ଅମିତ ଜୟଶ୍ୱାଳ । ଯାହାକି ମୋବାଇଲ ଫୋନକୁ ଟ୍ରାକ କରି ଝାରସୁଗୁଡ଼ାରୁ ଚୋରି ସାମାନ ଜବତ କରି ଗିରଫ କରିବା ଓ ଏହି ଘଟଣାର ପରଦାଫାସ କରିଥିବାରୁ ଚାରିଆଡେ ପ୍ରଶଂସାର ପାତ୍ର ପାଲଟିଛି ରେଢ଼ାଖୋଲ ପୋଲିସ ,ସେପଟେ ଫେରାର ହୋଇଥିବା ଦୁର୍ବୁତ୍ତଙ୍କୁ ଧରିବା ପାଇଁ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ଚେଷ୍ଟା କରୁଥିବା କହିଛନ୍ତି ।