ଖେଳ ଖବର

ଯଶସ୍ବୀଙ୍କ ମୁଣ୍ଡରେ ବାଜିଲା ବଲ୍, କଣେଇ ଚାହିଁଲେ ଅଷ୍ଟ୍ରେଲିଆ ବୋଲର, ଭିଡିଓ ଭାଇରଲ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ ଡିସେମ୍ବର ୬ ତାରିଖରେ ଖେଳାଯିବ । ପିଙ୍କ ବଲ୍ ଟେଷ୍ଟ ଆଡଲେଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ହୋଇସାରିଛି ।  ଭାରତ ଅଷ୍ଟ୍ରେଲିଆ ପିଏମ ଇଲେଭେନ ବିପକ୍ଷରେ ଅଭ୍ୟାସ ମ୍ୟାଚକୁ ୬ ୱିକେଟରେ ଜିତିଛି । ଭାରତ ଅଷ୍ଟ୍ରେଲିଆ ପିଏମ ଇଲେଭେନ ୨୪୦ ରନରେ ଅଲଆଉଟ ହୋଇଥିଲା । ଏହାପରେ ଶୁବମନ ଗିଲଙ୍କ ଅର୍ଦ୍ଧଶତକରେ ଭାରତ ସହଜରେ ମ୍ୟାଚ ଜିତିନେଇଥିଲା । ହେଲେ ଏହି ମ୍ୟାଚରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି ।

ଏହି ଅଭ୍ୟାସ ମ୍ୟାଚର ଇନିଂସର ୬ଷ୍ଠ ଓଭରରେ ଅଷ୍ଟ୍ରେଲିଆ ତରଫରୁ ବୋଲିଂ କରିବାକୁ ଆସିଥିଲେ ଜ୍ୟାକ । ସେ ଯଶସ୍ବୀ ଜୟସୱାଲଙ୍କୁ ବୋଲିଂ କରୁଥିଲେ । ପ୍ରଥମ ଏବଂ ଦ୍ବିତୀୟ ବଲରେ ଯଶସ୍ବୀ ଚଉକା ମାରିଥିଲେ । ଏହାପରେ ୩ୟ ବଲ୍ ଡଟ୍ ରହିଥିବା ବେଳେ ୪ର୍ଥ ବଲକୁ ଜୋରରେ ମାରିଥିଲେ ବୋଲର । ବଲ୍କୁ ଜଜ୍ କରିପାରିନଥିଲେ ଜୟସୱାଲ । ତେଣୁ ବଲ୍ ସିଧା ଯାଇ ତାଙ୍କ ହେଲମେଟରେ ବାଜିଥିଲା । ଏହାପରେ ବୋଲର ଜ୍ୟାକ ଯଶସ୍ବୀଙ୍କୁ ଆଖିତାଡି ଅନାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button