ରାଜ୍ୟ

ସରିଲା ଡିଜି ସମ୍ମିଳନୀ, ଫେରିଗଲେ ମୋଦୀ ଓ ଶାହ

ଭୁବନେଶ୍ବର: ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଆଜି ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ଦିଲ୍ଲୀ ଫେରିଯାଇଛନ୍ତି। ଆଜି ଅପରାହ୍ଣ ୪ଟା ୧୫ ମିନିଟରେ ଲୋକସେବା ଭବନରୁ ସେମାନେ ସିଧା ବିମାନବନ୍ଦରକୁ ଯାଇଥିଲେ। କାରକେଡ୍ ଜରିଆରେ କଡ଼ା ସୁରକ୍ଷା ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ବିମାନ ଯୋଗେ ଫେରିଯାଇଥିଲେ। ଏହାସହିତ ବୈଠକରେ ଯୋଗଦେବାକୁ ଆସିଥିବା ଉଚ୍ଚପଦସ୍ଥ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରୁ କିଛି ଅତିଥି ନିଜ ରାଜ୍ୟକୁ ଫେରି ଯାଇଛନ୍ତି। ଆଉ କିଛି ଆସନ୍ତାକାଲି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଯିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ପୁଲିସ କମିସନର ଦେବଦତ୍ତ ସିଂ କହିଛନ୍ତି ‌‌ଯେ ଡିଜି ଆଇଜିପି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି। ବୈଠକ‌ ଆୟୋଜନକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ବୈଠକକୁ ଭଣ୍ଡୁର କରିବା ପାଇଁ ବହୁ ବହୁ ଧମକପୂର୍ଣ୍ଣ କଲ, ମେଲ ଆସିଛି। ଏହାର ତଦନ୍ତ କରାଯାଉଛି। ‌

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button