ଦେଶ- ବିଦେଶ

ଛୁଆପିଲା ହୋଇ ପାରୁନଥିଲେ କ’ଣ କରିବେ ?

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଦମ୍ପତ୍ତି ମାନଙ୍କର ଇଛା ଥାଏ ସନ୍ତାନ ପ୍ରାପ୍ତି କରିବା ପାଇଁ । ହେଲେ ବନ୍ଧୁଗଣ କିଛି ମହିଳା ମାନେ ନିଜ ଜୀବନରେ ମା ହୋଇପାରନ୍ତି ନାହିଁ । ମେଡିକାଲ ସାଇନ୍ସ ଅନୁସାରେ କିଛି ଦୈନଦିନ ଜୀବନର ବିଶେଷ ଭୁଲ ପାଇଁ ମହିଳା ମାନେ ଏହି ସୋଭାଗ୍ୟ ପାଇପାରନ୍ତି ନାହିଁ । ହେଲେ ମେଡିକାଲ ସାଇନ୍ସ ଅନୁସାରେ କ’ଣ କରିଲେ ମହିଳା ମାନେ ମା’ ହେବାର ସୋଭାଗ୍ୟ ପାଇପାରିବେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧. ବନ୍ଧୁଗଣ ମେଡିକାଲ ସାଇନ୍ସ ଅନୁସାରେ ଯଦି କୌଣସି ମହିଳାଙ୍କ ଥାଇରଏଡ ପରି ସମସ୍ୟା ରହିଥାଏ । ତା ହେଲେ ସେ ଗର୍ଭ ଧାରଣ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଆପଣଙ୍କୁ ନିଜ ଥାଇରଡ ଟେଷ୍ଟ କରେଇବା ନିହାତି ଆବଶ୍ୟକ ।

୨. କିଛି ମହିଳା ମାନଙ୍କର ଓଭାରି ସମସ୍ୟା ତଥା POCS ରହିଥାଏ । ଏହି ରୋଗ ବିଷୟରେ ଅଧିକାଂଶ ମହିଳା ଜାଣି ନଥାନ୍ତି । ଏହି ରୋଗରେ ମହିଳାଙ୍କ ଓଭାରି ବଡ ହୋଇଯାଇଥାଏ ଯାହା ଫଳରେ ମହିଳା ଗର୍ଭ ଧାରଣ କରିପାରନ୍ତି ନାହିଁ । ତେଣୁ ଏଥିପାଇଁ ଆପଣ ଚିକିତ୍ସା କରନ୍ତୁ ।

୩. ଯଦି କୌଣସି ମହିଳା ଅଧିକ ଦିନ ପର୍ଯ୍ୟନ୍ତ ଗର୍ଭବତୀ ହୋଇ ପାରୁ ନାହାନ୍ତି, ତା’ ହେଲେ ସେ ନିଜ ସ୍ଵାମୀଙ୍କ ସହ ନିଜ ଡାଇବେଟିସ ଟେଷ୍ଟ କରାନ୍ତୁ । ଡାଇବେଟିସ ଗର୍ଭ ଧାରଣ କରିବା ପାଇଁ ବାଧକ ହୋଇପାରେ ।

୪. ଯଦି କୌଣସି ମହିଳା ଅଧିକ ଦିନ ଧରି ଗର୍ଭବତୀ ହୋଇପାରୁ ନାହାନ୍ତି, ତା’ ହେଲେ ସେମାନେ ନିଜର ଋତୁସ୍ରାବର ତାରିଖକୁ ମନେ ରଖନ୍ତୁ ଏବଂ ଋତୁସ୍ରାବର ୧୧ ଦିନ ପରେ ୫ ଦିନ ପର୍ଯ୍ୟନ୍ତ ନିଜ ସ୍ଵାମୀଙ୍କ ସହ ସମ୍ପର୍କ ରଖନ୍ତୁ । ଏହା କରିବା ଦ୍ଵାରା ଆପଣ ଗର୍ଭବତୀ ହୋଇପାରିବେ ।

୫. ଗର୍ଭବତୀ ନ ହେବାର ଅନ୍ୟ ଏକ ବଡ କାରଣ ହେଉଛି ସ୍ପର୍ମ ମୋଟାଲିଟି ରେଟ ହୋଇଥାଏ । ଯାହା ଅନିଦ୍ରା ଓ ଅଧିକ ତାପମାତ୍ରାରେ ଦୁର୍ବଳ ହୋଇ ଯାଇଥାଏ । ତେଣୁ ଗର୍ଭ ଧାରଣ କରିବାରେ ବାଧା ଆସିଥାଏ ।

୬. ଗର୍ଭବତୀ ନହେବାର ଅନ୍ୟ ଏକ କାରଣ ମୋଟାପଣ ମଧ୍ୟ ହୋଇଥାଏ । ତେଣୁ ଆପଣ ମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଓ ନିୟମିତ ବାୟାମ ଆଦି କରନ୍ତୁ ।

 

୭. ଗର୍ଭ ଧାରଣ କରିବା ପାଇଁ ସହବାସ ଠିକ ସମୟରେ କରିବା ଅତ୍ୟନ୍ତ ଜରୁରୀ ଅଟେ ତେଣୁ ଆପଣ ମନେ ଏଥିପାଇଁ ଧ୍ୟାନ ଦିଅନ୍ତୁ ।

୮. ମହିଳା ଗର୍ଭ ନିରୋଧ ବଟିକା ସେବନ କରନ୍ତି । ଯଦି ଆପଣ ଗର୍ଭବତୀ ହେବା ପାଇଁ ଚାହୁଁଛନ୍ତି ତା’ ହେଲେ ତିନି ମାସ ପର୍ଯ୍ୟନ୍ତ ଏହି ବଟିକା ବନ୍ଦ କରି ଚେଷ୍ଟା କରନ୍ତୁ । ତା’ ହେଲେ ବନ୍ଧୁଗଣ ଏହି ସବୁ କଥାକୁ ନିଶ୍ଚୟ ଧ୍ୟାନ ରଖନ୍ତୁ ଦେଖିବେ ଆପଣ ଗର୍ଭଧାରଣ କରିପାରିବେ ।

ପୋଷ୍ଟଟି ଭଲ ଲାଗିଥିଲେ, ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button