ଦେଶ- ବିଦେଶ

ଏହି ତିନି ଜଣ ଲୋକଙ୍କ ପ୍ରାର୍ଥନା ଭଗବାନ କେବେ ଶୁଣନ୍ତି ନାହିଁ । ସେହି ଘରେ ସବୁବେଳେ ରହିଥାଏ ଦାରିଦ୍ର୍ୟତା :-

ହିନ୍ଦୁ ଧର୍ମରେ ଥିବା ପରମ୍ପରାକୁ ଆଜି ସୁଦ୍ଧାବି ଅନେକ ଲୋକ ମାନନ୍ତି ନାହିଁ । ମାତ୍ର ଆଉ କିଛି ଲୋକ ଏହାକୁ ବିଶ୍ୱାସ କରନ୍ତି । ମାତ୍ର ଏସବୁ ପରମ୍ପରା ପଛରେ କିଛି କାରଣ ମଧ୍ୟ ରହିଛି । ଶାସ୍ତ୍ରରେ ବ୍ୟକ୍ତିର ବିବାହ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପରମ୍ପରା ରହିଛି । ଯେମିତିକି ଦୈନିକ ଦିନଚର୍ଯ୍ୟା କିମ୍ବ ଅଭ୍ୟାସରେ ମଧ୍ୟ ଅନେକ ପରମ୍ପରା ରହିଛି ।

ତେବେ ଯଦି ମନୁଷ୍ୟ ବାସ୍ତୁ ଶାସ୍ତ୍ରର ଏହି କିଛି ନୀତି ନିୟମ ପରମ୍ପରାକୁ ଠିକ ଭାବରେ ମାନି ଚାଲେ ତେବେ ସେ ଦରିଦ୍ର୍ୟରୁବି କୋଟିପତି ହୋଇ ପାରିବ । ମାତ୍ର କିଛି ଭୁଲ କାରଣରୁ ଭଗବାନଙ୍କ କ୍ରୋଧର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ । ବିନା କିଛି ବୁଝା ସୁଝାରେ ଯଦି ବ୍ୟକ୍ତି କିଛି ବାସ୍ତୁ ନିୟମର ଉଲଂଘନ କରେ ତେବେ ତାକୁ ଭଗବାନଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

ଦୁନିଆରେ ଅନେକ ଲୋକଙ୍କ ଜୀବନ ଅକାରଣେ ବାସ୍ତୁ ଜନିତ କିଛି ଭୁଲ କାରଣରୁ ନଷ୍ଟ ହୋଇଯାଏ । ଯେଉଁ ସବୁ ଭୁଲର ସମାଧାନ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

୧ . ବଇଁଶୀ:-

ବାସ୍ତୁ ଦୋଷ ଦୂର କରିବା ପାଇଁ ବଇଁଶୀ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଘରେ ରୂପାର ବଇଁଶୀ ରଖିବା ଉଚିତ । ଏହାଦ୍ୱାରା ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାଦ୍ବାରା ବାସ୍ତୁ ଦୋଷ ଠିକ ରହିଥାଏ , ମାତା ଲକ୍ଷ୍ମୀ ପ୍ରସନ୍ନ ରହନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ ।

୨ . ଶଙ୍ଖ:-

ଶଙ୍ଖ ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର କରିହୁଏ । ଯେଉଁ ସ୍ଥାନରେ ଶଙ୍ଖ ଥାଏ ସେହି ସ୍ଥାନର ଆଖପାଖ ସ୍ଥାନ ମଧ୍ୟ ବିଶୁଦ୍ଧ ହୋଇଯାଏ । ଯେଉଁ ଘରେ ମାତା ଲକ୍ଷ୍ମୀଙ୍କ ହାତରେ ଶୋଭା ପାଉଥିବା ଦକ୍ଷିଣାବର୍ତ୍ତି ଶଙ୍ଖ ଥାଏ ସେହି ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ଶଙ୍ଖକୁ ନିୟମିତ ନାଲି କପଡ଼ାରେ ଗୁଡ଼ାଇ ପୂଜା ସ୍ଥାନରେ ରଖିବା ଉଚିତ । ଏହାଦ୍ବାରା ଘରର ବାତାବରଣ ସକାରାତ୍ମକ ରହିଥାଏ । ତେବେ ପ୍ରତ୍ୟେକ ଦିନ ଭଗବାନଙ୍କ ପୂଜା ସହିତ ସେହି ଶଙ୍ଖକୁ ମଧ୍ୟ ପୂଜା କରିବା ଉଚିତ ।

୩ . ଦେବୀ ଲକ୍ଷ୍ମୀ କିମ୍ବା କୁବେରଙ୍କ ମୂର୍ତ୍ତି:-

ଉଭୟ ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେର ଧନର ଦେବୀ ଅଟନ୍ତି । ମାତ୍ର ଏହି ଦୁଇ ମୂର୍ତ୍ତିକୁ ମିଳିତ ଭାବରେ ଘରେ ରଖିଲେ ଧନରେ ଅବିବୃଦ୍ଧି ହୋଇଥାଏ । କୁବେର ମହାରାଜ ଉତ୍ତର ଦିଗର ସ୍ୱାମୀ ଅଟନ୍ତି । ତେଣୁ ତାଙ୍କୁ ଉତ୍ତର ଦିଗରେ ମୂର୍ତ୍ତି ରଖିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button