ମୃତ୍ୟୁ ପରେ ଶବକୁ କାହିଁକି ଏକୁଟିଆ ଛଡାଯାଏ ନାହିଁ ?

ବନ୍ଧୁଗଣ ଯେମିତି ଦିନ ପରେ ରାତି ହେବ ନିଶ୍ଚିନ୍ତ ଅଟେ । ସେମିତି ଯିଏ ବି ମୃତ୍ୟୁଲୋକ ରେ ଜନ୍ମ ନେଇଥାନ୍ତି ସେମାନେ ଦିନେ ନା ଦିନେ ମୃତ୍ୟୁବରଣ କରିଥାନ୍ତି । ଅର୍ଥାତ ପୃଥିବୀର ସବୁଠାରୁ ବଡ ସତ୍ୟ ମୃତ୍ୟୁ ଅଟେ । ତଥାପି କିଛି ଲୋକ ଏହି ସତ୍ୟକୁ ସ୍ବୀକାର କରିବାକୁ ଚାହିଁନଥାନ୍ତି । ଆପଣ ସମସ୍ତେ ଦେଖିଥିବେ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶରୀରକୁ ଜଳା ଯାଇଥାଏ । ଏହା ସହିତ ଯଦି କାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତେବେ ତାହାର ସବ ସତ୍କାର ତା ପର ଦିନ କରାଯାଇଥାଏ ।
ଏମିତିରେ ଆପଣ ଲକ୍ଷ କରିଥିବେ ଯେ ଯଦି କାହାର ମୃତ୍ୟୁ ସନ୍ଧ୍ୟା ପରେ ହୋଇଥାଏ ତେବେ ତାହାର ଶବକୁ ଏକୁଟିଆ ଛଡାଯାଇ ନଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଶବକୁ ରାତିରେ କାହିଁକି ଏକୁଟିଆ ଛଡାଯାଇନଥାଏ । ତେବେ ଆଜି ଆମେ ଏହା ବିଷୟରେ ଆପଣଙ୍କୁ କହିବୁ ଯାହାର ବର୍ଣ୍ଣନା ଗରୁଡ଼ ପୁରାଣ ରେ କରାଯାଇ ଅଛି । ତେବେ ଚାଲନ୍ତୁ ଜାଣିବା ।
ବନ୍ଧୁଗଣ ଆମ ଧର୍ମରେ ମୃତ୍ୟୁ ପରେ ଶବକୁ ଏକୁଟିଆ କଣ ପାଇଁ ଛଡାଯାଏନାହିଁ ଏହା ଜଣାଇବା ପୂର୍ବରୁ ଆପଣଙ୍କୁ ଜଣାଉଛୁ ଯେ କେବେ କେବେ ଅଥବା କେଉଁ ପରିସ୍ଥିତିରେ ଶବର ଅନ୍ତିମ ସତ୍କାର କରାଯାଇନଥାଏ । କିମ୍ବା କିଛି ସମୟ ପାଇଁ ରହିଯାଇଥାନ୍ତି । ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି କି ଯଦି ସୂର୍ଯ୍ୟାସ୍ତ ପରେ ଅଥବା ପଞ୍ଚକ ସମୟରେ କୌଣସି ମୃତକ ଶରୀରର ଦାହ ସଂସ୍କାର କରାଯାଇଥାଏ ତେବେ ତାହାର ଆତ୍ମାକୁ ଶାନ୍ତି ମିଳିନଥାଏ ।
ଏଥି ପାଇଁ ଯଦି କେହି ରାତିରେ ମରିଯାଇଥାଏ ଏପରି ସ୍ଥିତିରେ ଶବକୁ ନେଇକରି ଶ୍ମଶାନ କୁ ଯାଇନଥାନ୍ତି । ବରଂ ଶବକୁ ଘରେ ହିଁ ରଖା ଯାଇଥାଏ । ସକାଳ ହେବାର ଅପେକ୍ଷା କରାଯାଇଥାଏ । ଏବଂ ଏମିତିରେ ମୃତ ଶରୀରକୁ ଗୋଟେ ମୁହୂର୍ତ୍ତ ପାଇଁ ବି ଏକୁଟିଆ ଛଡା ଯାଇନଥାଏ । ଏବଂ କେହି ନା କେହି ବ୍ୟକ୍ତି ସବୁବେଳ ପାଇଁ ଜଗୁଆଳି ଭଳି ରହିଥାନ୍ତି । ମୃତ ଶରୀରକୁ ଏକୁଟିଆ ନ ଛାଡିବାର ସବୁଠାରୁ ବଡ଼ କାରଣ ଏହା ଅଟେ କି ଯଦି ଶବକୁ ଏକୁଟିଆ ଛଡା ଯାଏ ତେବେ କୁକୁର ବିଲେଇ ଘରକୁ ପଶି ଶବକୁ ଖାଇଯିବେ ।
ଏବଂ ଗରୁଡ଼ ପୁରାଣ ଅନୁସାରେ ଏପରି ହେଲେ ମୃତ ମନୁଷ୍ୟକୁ ଜମ ଲୋକରେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ । ଗରୁଡ଼ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଗରୁଡ଼ ପଚାରିବାରୁ କହିଥିଲେ କି ହେ ପକ୍ଷୀରାଜ ଏହା ସବୁ ପରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ସନ୍ଧ୍ୟା ପରେ ହେଉଛି ଏବଂ ତାହାର କୌଣସି ସନ୍ତାନ ନାହିଁ ତେବେ ଏମିତି ସମୟରେ ମଧ୍ୟ ଶବକୁ ଘରେ ରଖାଯାଇଥାଏ । ଯେଉଁ ପର୍ଯ୍ୟନ୍ତ ତାଙ୍କର ପୁତ୍ର ବା ପୁତ୍ରି ସେଠାକୁ ନ ଆସିଯାନ୍ତି ।
କାରଣ ଯେତେବେଳେ ନିଜର ସନ୍ତାନ ମୁଖା ଘିନି ଦେଇନଥାଏ ତେବେ ସେହି ବ୍ୟକ୍ତିକୁ କେତେବର୍ଷ ପର୍ଯ୍ୟନ୍ତ ଏହି ମୃତଲୋକରେ ସଞ୍ଚରଣ କରିବାକୁ ପଡିଥାଏ । ଏହା ପରେ ଶ୍ରୀ ବିଷ୍ଣୁ କହିଥିଲେ କି ଯଦି କୌଣସି ବ୍ୟକ୍ତିର ମୃତ ଶରୀରକୁ ସନ୍ଧ୍ୟା ସମୟରେ ଜଳାଦିଆ ଯାଏ ତେବେ ସେହି ବ୍ୟକ୍ତିର ଜନ୍ମ ଅସୁର, ଦାନବ ଅଥବା ପିଶାଚ ର ଯୋନି ରେ ଜନ୍ମ ନେଇଥାଏ । ଯେଉଁ କାରଣରୁ ତାକୁ ବହୁତ ପ୍ରକାରର କଷ୍ଟ ସହିବାକୁ ପଡ଼ିଥାଏ । ଏହି କାରଣରୁ ହିନ୍ଦୁ ଧର୍ମରେ ରାତିରେ ଅନ୍ତିମ ସତ୍କାର କରିବାକୁ ମନାକରାଯାଇଛି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।