ଖେଳ ଖବର

K L Rahul: ‘ମୋତେ ସ୍ବାଧୀନତା ଦରକାର’, ଏମିତି କଣ କହିଲେ କେଏଲ ରାହୁଲ

ଣ୍ଡିଆନ ପ୍ରିମିୟର ଲିଗର 18ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଖେଳାଳିଙ୍କ ରିଟେନସନ ଲିଷ୍ଟ ଫ୍ରାଞ୍ଚାଇଜ ଜାରି କରିବା ପରେ ଆସନ୍ତା 24-25 ତାରିଖରେ ଆଇପିଏଲ ମେଗା ଅକ୍ସନ ଅନୁଷ୍ଠିତ ହେବ । ଋଷଭ ପନ୍ତ, କେଏଲ ରାହୁଲ ଓ ଶ୍ରେୟସ ଆୟର ଅଧିନାୟକ ଥିବା ଦଳ ଏଥର ତାଙ୍କୁ ରିଲିଜ କରିଛି । ଯାହାକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ଥିବା କେଏଲ ରାହୁଲ ।

ଏକ ନୂତନ ଆରମ୍ଭ କରିବାକୁ ଚାହୁଁଥିବା କହିଛନ୍ତି ରାହୁଲ ।

ନୂଆ ଆରମ୍ଭ କରିବାକୁ ଚାହୁଁଥିଲେ ରାହୁଲ:

ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି, ”ମୁଁ ଏକ ନୂଆ ଆରମ୍ଭ କରିବାକୁ ଚାହୁଁଥିଲି । ନିଶ୍ଚିନ୍ତ ଭାବେ ବିକଳ୍ପ ଖୋଜୁଥିଲି । ପୁରା ସ୍ବାଧୀନତାର ସହ ମୁଁ ଖେଳିବାକୁ ଚାହୁଁଛି । ଯେଉଁଠାରେ ଦଳର ବାତାବରଣ ହାଲୁକା ହୋଇପାରେ। ବେଳେବେଳେ ଦୂରେଇ ଯାଇ ନିଜ ପାଇଁ କିଛି ଭଲ ଖୋଜିବାକୁ ପଡିବ।

ଟି-20 ଦଳକୁ ଫେରିବା ଏକମାତ୍ର ଲକ୍ଷ୍ୟ:

ଆଇପିଏଲର ଆଗାମୀ ସିଜନରେ ଭଲ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆର ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାହୁଲ । ସେ କହିଛନ୍ତି, “ମୁଁ କିଛି ସମୟ ପାଇଁ ଭାରତୀୟ ଟି -20 ଦଳରୁ ଦୂରରେ ରହିଛି ଏବଂ ମୁଁ ଜାଣେ ଯେ ଜଣେ ଖେଳାଳି ଭାବରେ ମୋର ସ୍ଥାନ କେଉଁଠି ଏବଂ ଦଳକୁ ଫେରିବା ପାଇଁ କଣ କରିବା ଆବଶ୍ୟକ ତାହା ମୋତେ ଜଣା । ତେଣୁ ମୁଁ ଆଇପିଏଲକୁ ଅପେକ୍ଷା କରିଛି, ଯାହା ମୋତେ ପୁଣି ମୋ ଫର୍ମକୁ ଫେରିବାକୁ ସୁଯୋଗ ଦେବ । ମୋର ଲକ୍ଷ୍ୟ ହେଉଛି ଭାରତୀୟ ଟି -20 ଦଳକୁ ଫେରିବା । ”

2024ରେ କେଏଲ ଲାହୁଲଙ୍କ ସହ କଣ ହୋଇଥିଲା ?

ଲଗାତାର 3 ବର୍ଷ ହେବ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ରହିଆସଛନ୍ତି କେଏଲ ରାହୁଲ । ଗତ ସିଜିନରେ ସେ ମୋଟ 14ଟି ମ୍ୟାଚ ଖେଳି 520 ରନ କରିଥିଲେ । ଲକ୍ଷ୍ନୌ ଦଳ ପାଇଁ ତିନୋଟି ସିଜିନରେ 38ଟି ମ୍ୟାଚ ଖେଳି 1200 ରନ କରିଛନ୍ତି । ଗତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ଲକ୍ଷ୍ନୌ ବୋଲରମାନଙ୍କୁ ନିର୍ଦ୍ଧୁମ ପ୍ରହାର କରି LSGକୁ ଶୋଚନୀୟ ଭାବେ ପରାସ୍ତ କରିଥିଲେ । ଏହି ଲଜ୍ଜାଜନକ ପରାଜୟ ପରେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ରାହୁଲଙ୍କ ଉପରେ ଖୁବ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଅନେକ ଭାବିଥିଲେ ଯେ ଏହାପରେ ଆଇପିଏଲ୍ 2025ରେ LSG ସହିତ ରାହୁଲ ରହିବେ ନାହିଁ । ଏବେ ତାହା ହିଁ ହେଲା ।

RCBକୁ ରାହୁଲ ଆସିବା ଚର୍ଚ୍ଚା :-

ଅନ୍ୟପଟେ କେଏଲ୍‌ ରାହୁଲ ନିଜର ପୂରୁଣା ଦଳ ଆର୍‌ସିବିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସୋସିଆଲ ମିଡିଆରେଚର୍ଚ୍ଚା ହେଉଛି । ୱିକେଟକିପର-ବ୍ୟାଟର ପୂର୍ବରୁ ଅନେକ ଥର ସ୍ବୀକାର କରିଛନ୍ତି ଯେ, ଆର୍‌ସିବି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଅନେକ ସମୟରେ ସେ ବିରାଟ କୋହଲିଙ୍କର ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

ଲକ୍ଷ୍ନୌ ସୁପର ଜାଏଣ୍ଟସର ରିଟେନସନ ଲିଷ୍ଟ:

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button