ଦେଶ- ବିଦେଶ

ଖାଦ୍ୟ କିମ୍ବା ପାଣି ନାହିଁ, ନରସଂହାର କରୁଛନ୍ତି ନେତନ୍ୟାହୁ : ଗାଜାର ସମସ୍ୟା ନେଇ ଚିନ୍ତା ପ୍ରକାଶ କଲେ ଜାତିସଂଘ

ନୂଆଦିଲ୍ଲୀ,୧୪।୧୧: ଇସ୍ରାଏଲ ସେନା ଗାଜାରେ ୧୪ ମାସ ଧରି କରିଛି ଜୋରଦାର ଆକ୍ରମଣ। ଗତ ବର୍ଷଠାରୁ ଆକ୍ରମଣ ଜାରି ରହିଛି। ଗାଜାରେ ଇସ୍ରାଏଲ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୪୪ ହଜାର ପାର କରିଯାଇଛି। ଗାଜାରେ ଭୀଷଣ ଆକ୍ରମଣକୁ ଦେଖି ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ ଇସ୍ରାଏଲି ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ ଗିରଫଦାରୀ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି।

ଗାଜାରେ ଇସ୍ରାଏଲ ଲଗାତାର ଅପରେସନ୍ ଭିତରେ ଜାତିସଂଘର ସ୍ବତନ୍ତ୍ର କମିଟିର ନୂଆ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି ଗାଜାରେ ଇସ୍ରାଏଲ ଯୁଦ୍ଧ ପ୍ରଣାଳୀ ନରସଂହାର ଭଳି ରହିଛି।

ଗାଜାରେ ଇସ୍ରାଏଲର କାର୍ଯ୍ୟପ୍ରଣାଳିର ଯାଞ୍ଚ ପାଇଁ ଜାତିସଂଘର ସ୍ବତନ୍ତ୍ର କମିଟି ଏକ ନୂଆ ରିପୋର୍ଟ ଜାରି କରିଛି।ଏଥିରୁ ଏହ ଖୁଲାସା କରାଯାଇଛି ଯେ, ୧୪ ମାସର ଯୁଦ୍ଧରେ ଇସ୍ରାଏଲ ସେନା ଦ୍ବାରା ଗାଜାରେ ପାଲେଷ୍ଟାନୀୟଙ୍କ ଉପରେ ବଡ଼ ପରିମାଣରେ ଆକ୍ରମଣ ହୋଇଛି। ଯେଉଁଥିରେ ବଡ଼ ସଂଖ୍ୟାରେ ନାଗରିକଙ୍କ ମୃତ୍ୟୁ ହେଉଛି ଓ ତାଙ୍କୁ ବହୁ ବୀପରିତ ଓ ଖରାପ ସ୍ଥିତିରେ ରହିବା ପାଇଁ ବାଧ୍ୟ କରାଯାଉଛି।

କମିଟି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି, ଯୁଦ୍ଧ ଆରମ୍ଭରୁ ଇସ୍ରାଏଲୀ ଅଧିକାରୀମାନେ ଗାଜାରେ ସେହି ନୀତିର ସମର୍ଥନ କରିଛନ୍ତି, ଯାହାଫଳରେ ପାଲେଷ୍ଟାନୀୟଙ୍କୁ ଜୀବନ ପାଇଁ ଆବଶ୍ୟକୀୟ ଜିନିଷ ଭୋଜନ, ପାଣି ଓ ଇନ୍ଧନରୁ ବଞ୍ଚିତ କରି ଦିଆଯାଇଛି।’ ଏଥିରେ ଆଗକୁ କୁହାଯାଇଛି, ମାନବୀୟ ସହାୟତାର ଆଡମ୍ବର କରି ଇସ୍ରାଏଲ ଗାଜାବାସୀଙ୍କ ଉପରେ ଘୋର ଅତ୍ୟାଚାର କରୁଛନ୍ତି।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button