ରାଜ୍ୟ

।ଧର୍ମମାସ କାର୍ତ୍ତିକରେ କନ୍ଦାଇଲାଣି ପିଆଜ

ଭୁବନେଶ୍ବର: ଧର୍ମମାସ କାର୍ତ୍ତିକରେ କନ୍ଦାଇଲାଣି ପିଆଜ । ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ । ଏବେ ପଞ୍ଚୁକ ଚାଲିଥିବା ବେଳେ ୫ ଦିନ ଗାଁଠୁ ସହର ଅଧିକାଂଶ ଘରେ ନିରାମିଷ ଭୋଜନ କିନ୍ତୁ ଏହା ସତ୍ତ୍ବେ ପିଆଜ ଓ ରସୁଣ ଆକାଶ ଛୁଆଁ ଦର ରହିଛି । ପିଆଜ ଓ ରସୁଣ ଗତ କିଛି ଦିନ ଧରି ଯେଉଁ ଭଳି ଉଚ୍ଚା ରହିଛି, ତାହା ଖାଉଟି ପକେଟକୁ ବାଧୁଛି ।

କଟକର ଛତ୍ର ବଜାରରେ ପିଆଜ କେଜି ପ୍ରତି ୬୦ରୁ ୬୫ ଟଙ୍କାରେ ଖୁଚୁରାରେ ବିକ୍ରି ହେଉଛି । ସବୁଠୁ ଚିନ୍ତାଜନକ ସ୍ଥିତି ରସୁଣ ଦରକୁ ନେଇ ରହିଛି । ଯେମିତି ଦର ଖସିବାର ନାଁ ଧରୁନି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି ।ରସୁଣ ଦର ପାଖାପାଖ ୬ ମାସରୁ ଅଧିକ ସମୟ ଧରି ଖସିବାର ନାଁ ଧରୁନାହିଁ ।

ରସୁଣ କିଲୋପ୍ରତି ଦର ଖୁଚୁରା ବଜାରରେ ୩୬୦ରୁ ୪୦୦ ଟଙ୍କା ଭିତରେ ରହୁଛି । ଏହାକୁ ନେଇ ଗ୍ରାହକ ଚିନ୍ତାରେ ଅଛନ୍ତି । ସେପଟେ ବ୍ୟବସାୟୀ କହିଛନ୍ତି ଏବେ କେବଳ ଆନ୍ଧ୍ର ପିଆଜ ବଜାରରେ ଉପଲବ୍ଧ ଥିବାରୁ ଦର ଉଚ୍ଚା ରହିଛି । କେବଳ ପିଆଜ ରସୁଣ ନୁହେଁ ।

ପରିବା ଦର ମଧ୍ୟ ଉଚ୍ଚା ରହୁଛି । ଯାହାର ପ୍ରଭାବ ହାଣ୍ଡିଶାଳରେ ପଡୁଛି । ପନିପରିବାକୁ ଛାଡି ଆଳୁ, ପିଆଜ, ରସୁଣକୁ ବାହାର ରାଜ୍ୟରୁ କିଣାଯାଇଥାଏ । ମୁଖ୍ୟତଃ ପିଆଜ ପାଇଁ ଆନ୍ଧ୍ର ଓ ନାସିକ ଉପରେ ନିର୍ଭର କରିଥାଏ ଓଡ଼ିଶା କ୍ଷ ଛତ୍ରବଜାରକୁ ଏହି ଦୁଇଟି ଅଞ୍ଚଳକୁ ପିଆଜ ଆସିଥାଏ ।

ଚଳିତବର୍ଷ ନାସିକରେ ବର୍ଷା ଅଧିକ ହୋଇଥିବାରୁ ସେଠାରେ ପିଆଜ ଦର ଉଚ୍ଚା ରହିଛି ।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି । ୪୫ ଟଙ୍କା କେଜି ବିକ୍ରି ହେଉଛି । ସେଠୁ ଆସିଲେ ଏଠି ବିକ୍ରି ହେବ । ବାହାରେ ଉଚ୍ଚ ଅଛି । ଆମର ଉତ୍ପାଦନ ଯେହେତୁ ନାହିଁ । ନାଫେଡ଼ ଜରିଆରେ ପିଆଜ କେଜି ପିଛା ୩୦ ଟଙ୍କାରେ ବିକିବାକୁ କୁହାଯାଇଛି ।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button