ରାଜ୍ୟ

ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ପିଲା ଠୁ ବୁଢ଼ା, ଦୁଇ ପଇସା ରୋଜଗାର ପାଇଁ ଆପଣାଇଛନ୍ତି କୌଳିକ ବୃତ୍ତି

ଗାଁର କି ପିଲା କି ବୁଢା ସମସ୍ତେ ଦିନରାତି ଗଣେଶ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ରାୟଗଡା ଜିଲ୍ଲାର ଅମଲାଭଟା ଗାଁ ଏବେ ହୋଇଉଠିଛି ଚଳଚଞ୍ଚଳ । ନାଗାବଳୀ ନଦୀ ଅବବାହିକାରେ ବସବାସ କରୁଥିବା ଅମଲାଭଟ୍ଟା ଗାଁରେ ପାଖାପାଖି ଶହେ ଜଣ କୁମ୍ଭକାର ଅଛନ୍ତି । କେଉଁ ପୁରାତନ କାଳରୁ ପୁରୁଷ ପୁରୁଷ ଧରି ଏଠାରେ କୌଳିକ ବୃତ୍ତି ଆପଣାଇ ସମସ୍ତେ ଜୀବିକା ନିର୍ବାହ କରୁଛନ୍ତି ।

ଗାଁ ଭିତରେ ପଶିଲେ ଲାଗେ ସତେ ଯମେିତି ଗାଁର ସମସ୍ତ ସଦସ୍ୟ ଜଣେ ଜଣେ କଲାକାର ।

ପାର୍ବଣ ଋତୁ ଆସିଲେ ଅମଲାଭଟ୍ଟା ଗାଁରେ ଭିଡ ଜମେ । ଗାଁର ସମସ୍ତ ପରିବାର ଦୁଇ ପଇସା ରୋଜଗାର ପାଇଁ କାମ କରନ୍ତି । ଗଣେଶ ପୂଜା ପୂର୍ବରୁ ସମସ୍ତେ ମୂର୍ତ୍ତି କାମ ଶେଷ କରିବା ପାଇଁ ଦିନରାତି ଏକ କରିଦିଅନ୍ତି । ଏଠାରୁ ଗଣେଶ ମୂର୍ତ୍ତି ନେବାପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦଶେ ସମେତ କଳାହାଣ୍ଡି ଜିଲ୍ଲା ତଥା କୋରାପୁଟ ଜିଲ୍ଲାର ଲୋକଙ୍କ ଭିଡ ଜମେ । ପ୍ଲାଷ୍ଟର ଅଫ ପ୍ୟାରିସ ଓ ଛାଞ୍ଚରେ ତିଆରି ମୂର୍ତ୍ତି ବିକ୍ରି ହେଉଥିଲେ ହେଁ ହାତ ତିଆରି ମୂର୍ତ୍ତିର ବେଶ ଚାହିଦା ରହିଛି ।

କୁମ୍ଭକାରମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନେ ସାମିଲ ହୋଇପାରୁ ନାହାନ୍ତି । କୁମ୍ଭାର ଶାଳ ଭାଙ୍ଗି ରୁଜି ଭୁଶୁଡିବାକୁ ବସିଲାଣି । କେନ୍ଦ୍ର ସରକାର କୌଳିକ ବୃତ୍ତିକୁ ନେଇ ଜୀବିକା ନିର୍ବାହ କରୁଥିବା ପରିବାରଙ୍କ ପାଇଁ ବିଶ୍ବର୍କମା ଯୋଜନା କରିଛନ୍ତି ହେଲେ ଏହାର ସୁଫଳ ଏମାନଙ୍କୁ ମିଳିପାରୁନି ।

ଏଭଳି କଳା ଥିବା କଳାକାରମାନଙ୍କୁ ପ୍ରୋତ୍ସାହନ ଦେଲେ ପୁରାତନ କଳାକୃତ୍ତି ବଞ୍ଚି ରହିବ । ଏମାନେ ବଂଚିବାର ନୂଆ ରାସ୍ତା ପାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button