ରାଜ୍ୟ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସିଏଚଏସଇ ରେକର୍ଡ ସପ୍ଲାୟର୍ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ ହୋଇଛନ୍ତି । ପୁରେନ୍ଦ୍ରଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ଚଢ଼ାଉବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ପରେ ତାଙ୍କୁ ଗିରଫ କରାଯାଇଛି ।
ଯାଞ୍ଚବେଳେ ପୁରେନ୍ଦ୍ରଙ୍କର ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା, ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍ରେ ୪ ମହଲା କୋଠା, ୧୬ ଲକ୍ଷ ଜମା ରାଶି, ୧.୭ ଲକ୍ଷ ନଗଦ ଟଙ୍କା , ୨ଟି କାର୍ ଓ ୫ଟି ବାଇକ୍ ମିଳିଛି ।
ଏହା ସହିତ ତାଙ୍କର ଅନ୍ୟାନ୍ୟ ସ୍ଥାନରେ ଜମି ଥିବା ସନ୍ଦେହ କରାଯାଉଛି । ତାହାର ମଧ୍ୟ ଭିଜିଲାନ୍ସ ଯାଞ୍ଚ କରୁଛି ।
ଗତକାଲି ଭିଜିଲାନ୍ସ ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଚଢ଼ାଉ କରିଥିଲା । ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।