ଦେଶ- ବିଦେଶ

ୟୁଏସ୍‌ରେ ୧୦ ବିଲିୟନ ଡଲାର ନିବେଶ କରିବ ଆଦାନି, ସୃଷ୍ଟି ହେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୧୪/୧୧: ଆମେରିକାର ଶକ୍ତି ଭିତ୍ତିଭୂମି ଏବଂ ନିରାପତ୍ତା ପ୍ରକଳ୍ପରେ ୧୦ ବିଲିୟନ ଡଲାର ନିବେଶ କରିବ ଆଦାନି ଗ୍ରୁପ । ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନି ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିଶ୍ୱ ବଜାରରେ କମ୍ପାନି ଏହାର ଉପସ୍ଥିତିକୁ ଦୃଢ଼ କରିବା ସହ ଆମେରିକାରେ ଏଭଳି ବୃହତ୍ତ ନିବେଶ କରିବାକୁ ଯାଉଛି ।

ଟ୍ରମ୍ପଙ୍କ ବିଜୟ ଭାରତ ଲାଗି ନୂଆ ଆଶା ସୃଷ୍ଟି କରିବ ବୋଲି ସେ ଆଶା ରଖିଛନ୍ତି । ଟ୍ରମ୍ପଙ୍କୁ ଶୁଭେଛା ଜଣାଇ ଆଦାନି କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗିତା ଆହୁରି ଦୃଢ଼ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button