ରାଜ୍ୟ

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା: ସମ୍ମାନିତ ହେବେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି। ଚଳିତ ବର୍ଷ ପାଇଁ ୧୦ ଜଣ ଯୁବ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିବେ। ଡିସେମ୍ବର ୧ ତାରିଖରେ ସମ୍ମାନିତ ହେବେ ୧୦ ଯୁବ ଲେଖକ।

କବିତା ପାଣ୍ଡୁଲିପି ‘ମତେ ଖୋଜୁଛ କି ଈଶ୍ବର’ ନିମନ୍ତେ ବରଗଡ଼ର ଜୀନାତମାମ୍‌ ଦର୍ଜୀ, କବିତା ପାଣ୍ଡୁଲିପି ‘ଦେଶ ଦେହ’ ପାଇଁ ଝାରସୁଗୁଡ଼ାର କହ୍ନେଇ ସାହୁ, କବିତା ପାଣ୍ଡୁଲିପି ‘ଭାବନା କୁହୁକ’ ପାଇଁ ସୁନଦ୍ଦରଗଡ଼ର ବୈଜୟନ୍ତୀ କର, କବିତା ପାଣ୍ଡୁଲିପି ‘ସାବାଳିକା’ ପାଇଁ ନୟାଗଡ଼ର ବିଶ୍ବଜିତ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘କାଗଜ ବାଘ’ ପାଇଁ ଢେଙ୍କାନାଳର ରଶ୍ମିତା ବେହେରା, ଗଳ୍ପ ପାଣ୍ଡୁଲିପି ‘ଏକ୍ସ ବୟଫ୍ରେଣ୍ଡ୍‌ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଯାଜପୁରର ଅନୀତା ଦାସ, ଗଳ୍ପ ପାଣ୍ଡୁଲିପି ‘ଇନ୍ଦ୍ରଧନୁ’ ପାଇଁ ସମ୍ବଲପୁରର ସତ୍ୟରଞ୍ଜନ ସାହୁ, ଗଳ୍ପ ପାଣ୍ଡୁଲିପି ‘ଦର୍ପଣ’ ପାଇଁ ଜଗତସିଂହପୁରର ରୋଜାଲିନ୍‌ ମୁଦୁଲି, ଗଳ୍ପ ପାଣ୍ଡୁଲିପି ‘ଈଶ୍ବରଙ୍କ ଭାଷା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ କେନଦ୍ଦୁଝରର ଅମିତ୍ କୁମାର ସାହୁ ଓ ଇଂରାଜୀ ଗଳ୍ପ ପାଣ୍ଡୁଲିପି ‘ହ୍ବିସ୍ପର୍‌ସ ଥ୍ରୋ ଦ ହ୍ବାଇଟ୍‌ କୋଟ୍’ ପାଇଁ ମୟୂରଭଞ୍ଜର ଶାଶ୍ବତ ଅଭିଜ୍ଞାନମ୍‌ ୨୦୨୪ ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

 

୨୦୧୭ ମସିହାଠାରୁ ପ୍ରତିବର୍ଷ ୪୦ ବର୍ଷ ବା ତହିଁରୁ କମ୍‌ ବୟସର ୧୦ ଜଣ ଯୁବ ଲେଖକଙ୍କୁ ଏହି ସମ୍ମାନ ଦିଆଯାଉଛି ବୋଲି ପେନ୍‌ ଇନ୍‌ ବୁକ୍ସର ପ୍ରତିଷ୍ଠାତା ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ୨୦୨୪ ମସିହା ପାଇଁ ମୋଟ ୫୨ଟି ପାଣ୍ଡୁଲିପି ଗ୍ରହଣ କରାଯାଇଥିବାବେଳେ ବିଚାରକ ମଣ୍ଡଳୀ ଦ୍ବାରା ୧୦ ପାଣ୍ଡୁଲିପିକୁ ଚୟନ କରାଯାଇଛି। ଜଣାଶୁଣା କବି ରକ୍ଷକ ନାୟକ ଓ କଥାଶିଳ୍ପୀ ଶକ୍ତି ମହାନ୍ତି ଏଥର ବିଚାରକ ଥିଲେ ବୋଲି ପଣ୍ଡା କହିଛନ୍ତି। ଯୁବ ପିଢ଼ିର ଲେଖକଙ୍କୁ ସ୍ବୀକୃତି ଦେବା ଓ ପ୍ରକାଶିତ କରିବା ସହ ବୃହତ୍ତର ପାଠକ ଗୋଷ୍ଠୀ ସହ ଯୋଡ଼ିବା ଏ ସମ୍ମାନର ଉଦ୍ଦେଶ୍ୟ ବୋଲି ପଣ୍ଡା କହିଛନ୍ତି।

ଆସନ୍ତା ଡିସେମ୍ବର ୧ ତାରିଖରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ପ୍ରତିଭାଙ୍କୁ ସମ୍ମାନିତ କରାଯିବ। ଆସନ୍ତା ବର୍ଷ ସେମାନଙ୍କ ପାଣ୍ଡୁଲିପିଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ ପାଇବ। ଚଳିତ ବର୍ଷର ସମ୍ମାନ ଉତ୍ସବରେ ୨୦୨୩ ମସିହାରେ ସମ୍ମାନିତ ହୋଇଥିବା ଯୁବ ଲେଖକମାନଙ୍କର ପୁସ୍ତକଗୁଡ଼ିକ ମଧ୍ୟ ଉନ୍ମୋଚିତ ହେବ ବୋଲି ପଣ୍ଡା ସୂଚନା ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button