ଦେଶ- ବିଦେଶ

୩୦୦ କୋଟିର ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ହତ୍ୟା କଲା ବୋହୂ – Kalinga News

[ad_1]

ନାଗପୁର: ନାଗପୁରରେ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ଅଜବ ପାରିବାରିକ ଷଡ଼ଯନ୍ତ୍ର ଥିବା ଜଣାପଡ଼ିଛି। ୩୦୦ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ପାଇଁ ତାଙ୍କ ବୋହୂ ଏହି ହତ୍ୟା ପାଇଁ ଷଡ଼୍ଯନ୍ତ୍ର କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଟାଉନ ପ୍ଲାନିଂ ବିଭାଗର ସହକାରୀ ନିର୍ଦେଶିକା ଅର୍ଚ୍ଚନା ମନିଷ ପୁଟ୍ଟେୱାରଙ୍କୁ ତାଙ୍କ ଶ୍ୱଶୁର ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ସହ ତାଙ୍କ ସହଯୋଗୀ ଡ୍ରାଇଭର ବାଗଡେ, ନୀରଜ ନିମଜେ ଓ ସଚିନ ଧାର୍ମିକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୨ଟି କାର୍, ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଶ୍ରୀମତୀ ପୁଟ୍ଟେୱାର ଶ୍ବଶୁରଙ୍କ ହତ୍ୟା ପାଇଁ ଜଣେ ଲୋକକୁ ପାଖାପାଖି ୧କୋଟି ଟଙ୍କାର ସୁପାରି ଦେଇଥିଲେ। ଶ୍ୱଶୁରଙ୍କୁ କାର୍ ଚଢ଼େଇ ମାରିବା ପାଇଁ ବ୍ୟବହୃତ କାର୍ କିଣିବା ଲାଗି ସେ ଅଭିଯୁକ୍ତକୁ ଟଙ୍କା ଦେଇଥିଲେ। ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ଭଳି ଦେଖାଇବା ପାଇଁ ଏପରି କରାଯାଇଥିଲା। ଶ୍ବଶୁରଙ୍କର ୩୦୦ କୋଟି ଟଙ୍କାର ସମ୍ପତ୍ତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏହା କରାଯାଇଥିବା ଜଣାପଡିଛି। ତଦନ୍ତରୁ ଜଣାପଡିଛି ଯେ ଘଟଣା ଦିନ ପୁରୁଷୋତ୍ତମ ପୁଟ୍ଟେୱାର ଅସ୍ତ୍ରୋପଚାର ପରେ ସୁସ୍ଥ ହେଉଥିବା ପତ୍ନୀ ଶକୁନ୍ତଳାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇଥିଲେ। ଫେରିବା ବାଟରେ କାର୍ଟି ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ପୁଅ ତଥା ଅର୍ଚ୍ଚନାଙ୍କ ସ୍ୱାମୀ ମନିଷ ଜଣେ ଡାକ୍ତର।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button