ଦେଶ- ବିଦେଶ

HyperOS 2.0 ସହ ଲଞ୍ଚ ହେବାକୁ ଯାଉଛି ଭାରତର ପ୍ରଥମ ଫୋନ୍, ଜାଣନ୍ତୁ ଡିଟେଲ୍ସ

Xiaomi ଏକ ନୂଆ ସ୍ମାର୍ଟଫୋନ POCO X7 Pro ରେ କାମ କରୁଛି, ଯାହା ଏକ ମିଡ୍‌-ରେଞ୍ଜ ମଡେଲ୍‌ ହେବ । ନିକଟରେ ଏକ ରିିପୋର୍ଟରୁ ଜଣାପଡିଛି ଯେ ଭାରତରେ HyperOS 2.0 OS ସହିତ ଲଞ୍ଚ ହେବକୁ ଥିବା ପ୍ରଥମ ଡିଭାଇସ୍‌ ହେବ ।

ତେବେ, Android 15 ଉପରେ ଆଧାରିତ HyperOS 2.0 କଷ୍ଟମ ସ୍କିନ୍‌ ସହିତ ଚାଇନାରେ ଲଞ୍ଚ ହୋଇଥିବା ପ୍ରଥମ ଫୋନ ହେଉଛି Xiaomi 15 ।

ଏହି OS POCO X7 Pro ସହିତ ଭାରତରେ ଲଞ୍ଚ ହୋଇପାରିବ । ତେବେ ଏ ସମ୍ପର୍କରେ ଅଫିସିଆଲ କନଫରମେସନ୍‌ କରଯାଇ ନାହିଁ ।

SmartPrix ର ଏକ ରିପୋର୍ଟ ମାଧ୍ୟମରେ ଏହି ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଏକ ରିଲେବୁଲ ସୋର୍ସ୍‌ ଦର୍ଶାଯାଇଛି Xiaomi 15 ଚାଇନାରେ HyperOS 2.0 ସହିତ ଲଞ୍ଚ କରାଯାଇଛି । ଏହି ଫ୍ଲାଗସିପ ସ୍ମାର୍ଟଫୋନ ମାର୍ଚ୍ଚ ୨୦୨୫ସୁଦ୍ଧା ଭାରତରେ ଲଞ୍ଚ ହେବ ହୋଲି ଆଶା କରାଯାଉଛି । ଏପରି ପରିସ୍ଥିତିରେ, Xiaomi 15 ପୂର୍ବରୁ ଭାରତରେ POCO X7 Pro ଲଞ୍ଚ ହୋଇପାରେ । ଜାଣିରଖନ୍ତୁ ଯେ, POCO X6 Pro ଜାନୁଆରୀ ୨୦୨୪ରେ ଭାରତରେ ଲଞ୍ଚ କରାଯାଇଥିଲା, ସେଥିପାଇଁ ସମ୍ଭାବନା ଅଛି କି POCO X7 Pro ମଧ୍ୟ ଏହି ସମୟର ପାଖାପାଖି (ଜାନୁଆରୀ ୨୦୨୫) ଭାରତୀୟ ବଜାରରେ ଏଣ୍ଟ୍ରି କରିପାରେ ।

ଏପର୍ଯ୍ୟନ୍ତ ପାଇଥିବା ସୂଚନା ଉପରେ ଆଧାର କରି, POCO X7 Pro ସମ୍ଭବତ Redmi Note 14 Pro ର ରିବ୍ରାଣ୍ଡେଡ୍‌ ଭର୍ସନ ହୋଇପାରେ । ଏହାର ଅର୍ଥ ହେଉଛି POCO X7 Pro ପ୍ରକୃତରେ Redmi Note 14 Pro+ ମଡେଲର ଏକ ନୂଆ ଲୁକ୍‌ ହୋଇପାରେ ।

Xiaomi ନିକଟରେ ଘୋଷଣା କରାଯାଇଛି ଯେ Redmi Note 14 ସିରିଜର ଲଞ୍ଚ ଡିସେମ୍ବରରେ ହେବ । ଏପରି ପରିସ୍ଥିତିରେ POCO X7 ଏବଂ POCO X7 Pro ଭାରତକୁ ଏକ ମାସ ପରେ ଆସେ ତେବେ ଏହା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । Xiaomi ପୂର୍ବରୁ ଭିନ୍ନ ଭିନ୍ନ ସବ-ବ୍ରାଣ୍ଡ ଅଧୀନରେ ସମାନ ଫୋନର କିଛି ଭ୍ୟାରିଆଣ୍ଟ ଲଞ୍ଚ କରିଛି । ଯେଉଁଥିରେ ସାମାନ୍ୟ ପାର୍ଥକ୍ୟ ରହିଛି ।

ଯଦି POCO X7 Pro ପ୍ରକୃତରେ Redmi Note 14 Pro+ ର ଏକ ରିବ୍ରାଣ୍ଡେଡ୍‌ ଭର୍ସନ ହେବ, ତେବେ ଏଥିରେ ୬.୬୭ ଇଞ୍ଚର AMOLED ଡିସପ୍ଲେ ହେବ ଯେଉଁଥିରେ ୧.୫K ରିଜୋଲ୍ୟୁସନ ଏବଂ ୧୨୦Hz ରିଫ୍ରେସ ରେଟ୍‌ ଦେଖିବାକୁ ମିଳିପାରେ । କ୍ୟାମେରା ବିଷୟରେ କହିବାକୁ ଗଲେ ଫୋନର ରିୟରରେ ୫୦MP ର ଟେଲିଫଟୋ କ୍ୟାମେରା ଏବଂ ୮MP ର ଅଲଟ୍ରାଓ୍ୱାଇଡ୍‌ ସେନ୍ସର ଥାଇପାରେ । ହାର୍ଡେଓ୍ୱର ଟର୍ମରେ POCO X7 Pro ରେ Snapdragon 7s Gen 3 ପ୍ରୋସେସର ମିଳିବ ବୋଲି ଆଶା କରାଯାଉଛି । ଏହା ସହିତ, ଏକ ବଡ ୬,୨୦୦mAh ର ବ୍ୟାଟେରି ମିଳିପାରିବ । ଯାହା ୯୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

ଭଲ ପରଫରମାନ୍ସ : HyperOS 2.0 ର Android 15 ଉପରେ ଆଧାରିତ ହୋଇଛି, ଯାହା ୟୁଜର୍ସଙ୍କୁ ସ୍ମୁଥ୍‌ ଏବଂ ଫାଷ୍ଟ ଅନୁଭବ ପ୍ରଦାନ କରେ । ଏହା ଅପ୍ଟିମାଇଜେସନ୍‌ ମାଧ୍ୟମରେ ସିଷ୍ଟମର ପରଫରମାନ୍ସକୁ ବଢ଼ାଇଥାଏ ।

ଆଡଭାନ୍ସଡ ୟୁଜର ଇଣ୍ଟରଫେସ୍‌ : HyperOS 2.0 ରେ ନୂଆ ଏବଂ ୟୁଜର-ଫ୍ରେଣ୍ଡଲି ଇଣ୍ଟରଫେସ୍‌ ଦିଆଯାଇଛି, ଯାହା ନାଭିଗେସନକୁ ସହଜ କରିଥାଏ ଏବଂ ଡିଭାଇସର ଲୁକ୍‌ ଏବଂ ଫିଲକୁ ଆହୁରି ଉନ୍ନତ କରିଥାଏ ।

ବ୍ୟାଟେରି ମ୍ୟାନେଜମେଣ୍ଟ : ଏଥିରେ ଆଡଭାନ୍ସଡ୍‌ ବ୍ୟାଟେରି ମ୍ୟାନେଜମେଣ୍ଟ ସିଷ୍ଟମ ଦିଆଯାଇଛି, ଯାହା ବ୍ୟାଟେରୀ ବ୍ୟବହାରକୁ ଅପ୍ଟିମାଇଜ୍‌ କରି ଲମ୍ବା ବ୍ୟାଟେରୀ ଲାଇଫ ସୁନିଶ୍ଚିତ କରିଥାଏ ।

ଭଲ ସିକ୍ୟୁରିଟି ଫିଚର୍ସ : HyperOS 2.0 ରେ ନୂଆ ସିକ୍ୟୁରିଟି ଅପଡେଟ୍ସ ଏବଂ ଫିଚର୍ସ ଯୋଡାଯାଇଛି, ଯାହା ୟୁଜର୍ସଙ୍କ ପ୍ରାଇଭେସି ଏବଂ ଡାଟାକୁ ଅଧିକ ସୁରକ୍ଷା
ପ୍ରଦାନ କରିଥାଏ ।

କଷ୍ଟମାଇଜେସନ ଅପ୍ସନ : ଏହି OS ରେ ଅନେକ କଷ୍ଟମାଇଜେସନ୍‌ ଅପ୍ସନ ଦିଆଯାଇଛି, ଯାହା ମାଧ୍ୟମରେ ୟୁଜର୍ସମାନେ ନିଜ ପସନ୍ଦ ଅନୁଯାୟୀ ନିଜ ଫୋନକୁ ସେଟ୍‌ କରିପାରିବେ, ଯେପରିକି ଥିମ୍‌, ଆଇକନ୍‌ ପ୍ୟାକ୍‌ ଏବଂ ଓ୍ୱିଜେଟ୍‌ ଇତ୍ୟାଦି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button