ଦେଶ- ବିଦେଶ

ଆଧାର କାର୍ଡରେ କେତେଥର ନାମ ଓ ଠିକଣା ପରିବର୍ତ୍ତନ କରିହେବ, ଜାଣନ୍ତୁ ଏହି ରିପୋର୍ଟରେ

ଆଧାର କାର୍ଡରେ କେତେ ଥର ପରିବର୍ତ୍ତନ କରିପାରିବେ ନାମ ଓ ଠିକଣା ! ବର୍ତ୍ତମାନ ସମୟରେ ଆଧାର କାର୍ଡ ଏକ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇସାରିଛି । ଆଧାର କାର୍ଡ ନାହିଁ ତ ବର୍ତ୍ତମାନ କିଛି ମଧ୍ୟ ଜରୁରୀ କାଗଜ ପତ୍ର କାମ ମଧ୍ୟ ହୋଇପାରୁନାହିଁ । ଯେଉଁ ଲୋକଙ୍କ ପାଖରେ ଆଧାରକାର୍ଡ ନାହିଁ । ସେମାନେ କିଛି ମଧ୍ୟ କାମ କରିପାରିବେ ନାହିଁ । ପାଠ ପଢା ଠାରୁ ଆରମ୍ଭ କରି ଚାକିରୀ ପର୍ଯ୍ୟନ୍ତ ସବୁ କାମ ପାଇଁ ଆଧାରକାର୍ଡର ଆବଶ୍ୟକତା ପଡୁଛି ।

କାରଣ ଏହି ଆଧାରକାର୍ଡରେ ଜଣେ ବ୍ୟକ୍ତିର ଡେମୋଗ୍ରାଫି ଓ ବାୟୋମେଟ୍ରିକର ଡିଟେଲ୍ସ ରହିଥାଏ । ତେବେ ଆଧାର କାର୍ଡ ବନାଇବା ସମୟରେ ଅନେକ ଲୋକଙ୍କର ଭୁଲ ହୋଇଯାଇଥାଏ । ଅର୍ଥାତ ବନାଇଥିବା ଆଧାରକାର୍ଡରେ କିଛି ତ୍ରୁଟି ରହିଥିବା କାରଣରୁ ସେହି ଆଧାରକାର୍ଡଟି ଭୁଲ ହୋଇଯାଇଥାଏ । ତେଣୁ ଏହି ଭୁଲକୁ ସଂଶୋଧନ କରିବା ପାଇଁ ଆଧାର ସେବା କେନ୍ଦ୍ରକୁ ଯାଇ ଲୋକେ ତାହାକୁ ଠିକ କରିଥାନ୍ତି ।

ହେଲେ ଆପଣ ମାନେ କଣ ଜାଣିଛନ୍ତି କି ! ଆଧାରକାର୍ଡରେ ଥିବା ଭୁଲକୁ ମାତ୍ର ଥରେ ହିଁ ଅପଡେଟ କରିପାରିବେ । ତେବେ ଏହି ଆଧାରକାର୍ଡ ସମ୍ବଦ୍ଧୀୟ ଆପଣଙ୍କୁ କିଛି ସଠିକ ସୂଚନା ଦେବାକୁ ଯାଉଛୁ । ଆଧାରକାର୍ଡରେ ମୋବାଇଲ ନମ୍ବର ହେଉ ଅବା ଠିକଣା ବ୍ୟକ୍ତି ଯେତେ ଥର ଚାହିଁବେ । ସେତେଥର ତାହାକୁ ଅପଡେଟ କରିପାରିବେ । ହେଲେ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ମାତ୍ର ଥରେ ହିଁ ବଦଳାଇ ପାରିବେ ।

କାରଣ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଏକ ଥରରୁ ଅଧିକ ଥର ଅପଡେଟ କରାଇ ପାରିବେ ନାହିଁ । ତେଣୁ ଆଧାରକାର୍ଡରେ ଯଦି ଜନ୍ମ ତାରିଖରେ କିଛି ତ୍ରୁଟି ରହିଥାଏ । ତେବେ ତାହାକୁ ଥରେ ମାତ୍ର ଠିକ କରିପାରିବାର ସୁଯୋଗ ଆପଣ ପାଇପାରିବେ । ଆଧାରକାର୍ଡ ବନାଇବା ସମୟରେ ଯଦି ଆପଣଙ୍କର ନାମ ପୂରଣ କରିବା ବେଳେ କିଛି ତ୍ରୁଟି ରହିଜାଇଥାଏ । ତେବେ ଏପରି କ୍ଷେତ୍ରରେ ଆପଣଙ୍କ ନାମ ଅପଡେଟ କରିବା ପାଇଁ ମାତ୍ର 2 ଥର ହିଁ ସୁଯୋଗ ମିଳିଥାଏ ।

ଯଦି ଆପଣ ମଧ୍ୟ ନିଜର ଆଧାରକାର୍ଡକୁ ଅପଡେଟ କରାଇବାକୁ ଯାଉଛନ୍ତି । ତେବେ ଏହି ସବୁ ତଥ୍ୟ ବିଷୟରେ ଆପଣଙ୍କୁ ଜାଣି ରଖିବା ନିହାତି ଦରକାର ପଡିଥାଏ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button