ଦେଶ- ବିଦେଶ

ଟ୍ରମ୍ପଙ୍କ ବିଜୟ ପରେ କ୍ରିପ୍ଟୋ ବଜାରରେ ଉତ୍ସାହ, ଅନେକ ଦେଶର ଜିଡିପିକୁ ଟପିଲା ବିଟ୍‌ କଏନ୍‌

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଡୋଜିକ୍ଏନ୍ ବିଟ୍‌ କଏନ୍ ବଦଳରେ ଅଧିକ ଲାଭ ପାଇଥାଇପାରେ, କିନ୍ତୁ ବିଶ୍ବର ସବୁଠୁ ବଡ କ୍ରିପ୍ଟୋକରେନ୍ସିର ମୂଲ୍ୟ ଏବଂ ବଜାର ପୁଞ୍ଜି ରେକର୍ଡ ସ୍ତରରେ ପହଞ୍ଚିଛି। ବାଣିଜ୍ୟ କାରବାରରେ ବିଟ୍‌ କଏନର ମୂଲ୍ୟ ପ୍ରାୟ ୯୦ ହଜାର ଡଲାର ଛୁଇଁଥିବାବେଳେ ବଜାର ପୁଞ୍ଜି ଅନେକ ଦେଶର ଜିଡିପିକୁ ଅତିକ୍ରମ କରିଯାଇଛି।

ଏଥିରେ ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ତୁର୍କୀ, ଇଣ୍ଡୋନେସିଆ ଏବଂ ସ୍ପେନ୍ ପରି ଦେଶର ଜିଡିପି ବିଟ୍‌କଏନ୍ ର ବଜାର ପୁଞ୍ଜି ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନ୍ୟପକ୍ଷରେ, କେତେକ କମ୍ପାନୀର ବଜାର ପୁଞ୍ଜି ବିଟ୍‌ କଏନ୍ର ମୋଟ ବଜାରଠାରୁ ବହୁ ପଛରେ ରହିଛି। ସମ୍ପତ୍ତି ଶ୍ରେଣୀରେ କହିବାକୁ ଗଲେ, ବିଟକଏନ୍ ରୂପାକୁ ଅତିକ୍ରମ କରି ବିଶ୍ୱର ଅଷ୍ଟମ ବୃହତ୍ତ ସମ୍ପତ୍ତି ଶ୍ରେଣୀରେ ପରିଣତ ହୋଇଛି।

ବିଶ୍ୱର ସର୍ବବୃହତ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ମୂଲ୍ୟ ପ୍ରାୟ ୯୦ ହଜାର ଡଲାରରେ ପହଞ୍ଚିଛି। କଏନ୍ ଡେସ୍କ ତଥ୍ୟ ଅନୁଯାୟୀ, ବିଟ୍‌ କଏନ୍ ମୂଲ୍ୟ ୮୯,୯୯୫.୧୨ ଡଲାରରେ ପହଞ୍ଚିଛି। ମଙ୍ଗଳବାର ସକାଳେ ବିଟକଏନ୍ ମୂଲ୍ୟରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅପରାହ୍ନ ୪ଟା ୪୫ ମିନିଟ୍‌ରେ ବିଟକଏନ୍ ମୂଲ୍ୟ ପ୍ରାୟ ୭ ପ୍ରତିଶତ ବୃଦ୍ଧି ସହିତ ୮୭,୭୪୧.୮୯ ଡଲାରରେ କାରବାର କରୁଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ସପ୍ତାହ ଅର୍ଥାତ୍ ୫ ସେପ୍ଟେମ୍ବରଠାରୁ ବିଟକଏନ୍ ମୂଲ୍ୟରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି। ଗୋଟିଏ ବର୍ଷରେ ୧୩୬ ପ୍ରତିଶତ ବୃଦ୍ଧି ଘଟିଛି।ବିଟ୍‌ କଏନ୍ ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ବଜାର ପୁଞ୍ଜିରେ ମଧ୍ୟ ବୃଦ୍ଧି ଘଟିଛି। ବର୍ତ୍ତମାନ, ବିଟ୍‌ କଏନ୍ ର ବଜାର ମୂଲ୍ୟ ୧.୭୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ବର୍ତ୍ତମାନ ବିଶ୍ବ ବଜାରରେ ରୁପାର ବଜାର ପୁଞ୍ଜି ୧.୭୩ ଟ୍ରିଲିୟନ୍ ଡଲାର।

ଅନ୍ୟପକ୍ଷରେ, ବିଟ୍‌ କଏନ୍‌ର ବଜାର ପୁଞ୍ଜି ଦୁନିଆର ଶୀର୍ଷ କମ୍ପାନୀଗୁଡିକର ବଜାର ପୁଞ୍ଜିଠାରୁ ଅଧÒକ ହୋଇଛି। ବିଟ୍‌ କଏନ୍ ଇତିମଧ୍ୟରେ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପ୍ଲାଟଫର୍ମକୁ ଅତିକ୍ରମ କରିଛି, ଯାହାର ବଜାର ପୁଞ୍ଜି ୧.୪୭୨ ଟ୍ରିଲିୟନ ଡଲାର। ଅନ୍ୟପକ୍ଷରେ, ଦୁନିଆର ସବୁଠାରୁ ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା ମଧ୍ୟ ପଛରେ ପଡିଯାଇଛି। ବର୍ତ୍ତମାନ ଟେସଲାର ବଜାର ପୁଞ୍ଜି ୧.୧୨୩ ଟ୍ରିଲିୟନ ଡଲାର ଅତିକ୍ରମ କରିଛି।

କେବଳ ରୂପା କିମ୍ବା କିଛି କମ୍ପାନୀର ବଜାର କ୍ୟାପ୍ ଅତିକ୍ରମ କରି ବିଟ୍‌କଏନ୍ ଇତିହାସ ସୃଷ୍ଟି କରିନାହିଁ। ବିଟ୍‌ କଏଡ଼୍ ଆଗରେ ବାସ୍ତବରେ, ଅନେକ ଦେଶର ଜିଡିପି ମଧ୍ୟ ପଛରେ ରହିଯାଇଛି। ୟୁରୋପର ବୃହତ୍ତମ ଅର୍ଥନୀତି ମଧ୍ୟରୁ ସ୍ପେନର ଜିଡିପି ବିଟ୍‌କଏନ୍ ତୁଳନାରେ କମ୍ ହୋଇଯାଇଛି। ବିଶ୍ୱର ୧୫ ତମ ବୃହତ୍ ଅର୍ଥନୀତି ସ୍ପେନର ଜିଡିପି ବର୍ତ୍ତମାନ ୧.୭୩ ଟ୍ରିଲିୟନ ଡଲାର। ବିଟକଏନ୍ ତୁଳନାରେ ଇଣ୍ଡୋନେସିଆ ଏବଂ ତୁର୍କୀ ପରି ଦେଶର ଜିଡିପି ମଧ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଇଣ୍ଡୋନେସିଆର ଜିଡିପି ୧.୪ ଟ୍ରିଲିୟନ ଡଲାର ରହିଛି। ଆଗାମୀ ଦିନରେ, ବିଟ୍‌ କଏନ୍ ର ବଜାର ପୁଞ୍ଜି ଅଷ୍ଟ୍ରେଲିଆ ଏବଂ ମେକ୍ସିକୋ ପରି ଦେଶର ଜିଡିପିକୁ ଅତିକ୍ରମ କରିଯାଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button