ଦେଶ- ବିଦେଶ

ଆଜି ହିଁ ଘରେ ଲଗାନ୍ତୁ ଶନି ଦେବ ଙ୍କ ଅତି ପ୍ରିୟ ଏ ଏହି ଗଛ କୁ

ଆଜି ଆମେ ଜାଣିବା ଗୋଟେ ଗଛ ବିଷୟରେ ଯାହା ଶନି ଦେବଙ୍କ ଅତି ପ୍ରିୟ ଅଟେ । କୁହାଯାଏ ଲଙ୍କାରେ ବିଜୟ ପରେ ଭଗବାନ୍ ଶ୍ରୀରାମ ଏହି ଗଛର ପୂଜା କରିଥିଲେ। ଶମି ଗଛକୁ ଶାସ୍ତ୍ରରେ ବହୁତ୍ ପୂଜନୀୟ ମନଯାୟେ।ଏମିତି କି ନବରାତ୍ରିରେ ମା ଦୂର୍ଗାଙ୍କ ପୂଜାରେ ସମି ଗଛ ବ୍ୟବହାର କରାଯାଏ।ମହାଭାରତ କାଳରେ ପାଣ୍ଡବ ମାନେ ନିଜର ଶସ୍ତ୍ରକୁ ଶମି ଗଛ ତଳେ ଲୁଚାଇ ରଖିଥିଲେ।

ଏହି ସବୁ କାରଣରୁ ଶମି ଗଛର ପୂଜା ପ୍ରାରମ୍ଭ ହୋଇଥିଲା।ଯାହା ଦ୍ବାରା ଏହି ଗଛକୁ ଶାସ୍ତ୍ରରେ ପୂଜନୀୟ ମନାଯାଏ।ନ୍ୟାୟର ଦେବତା ଶନି ଦେବଙ୍କୁ ଖୁସି କରିବା ପାଇଁ ଶାସ୍ତ୍ରରେ ବହୁତ୍ ସାରା ଉପାୟ କୁହାଯାଇଛି । ସେଥି ମଧ୍ୟରୁ ଗୋଟେ ଉପାୟ ହେଲା ଶମି ଗଛର ପୂଜା।ଶନି ଦେବଙ୍କ ରାଗରୁ ରକ୍ଷା ପାଇବା ପାଇଁ ଘରେ ଶମି ଗଛ ଲଗେଇ ପୂଜା କରିବା ଆବଶ୍ୟକ । ସେଥିପାଇଁ ଯଦି ଆପଣ ଶନି ଦେବଙ୍କ କୃପା ପାଇବାକୁ ଚାହୁଁଛନ୍ତି ତ ଘରେ ଏହି ଗଛକୁ ଲଗାନ୍ତୁ ଆଉ ନିୟମିତ ରୂପେ ପୂଜା କରନ୍ତୁ।

ଏହି ଗଛକୁ ଘରର ଉତ୍ତର ପୂର୍ବ ଦିଗରେ ଲଗେଇବା ଶୁଭ ମନାଯାଏ।ଏହି ଗଛରେ ବହୁତ୍ ଦେବା ଦେବୀଙ୍କ ବାସ ହୋଇଥାଏ ଆଉ ଆୟର୍ବେଦିକ୍ ଅନୁସାରେ ଏହି ଗଛକୁ ବହୁତ୍ ଗୁଣକାରୀ ବୋଲି ମନାଯାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button