ଦେଶ- ବିଦେଶ

ପାକିସ୍ତାନ ମାଟିରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଲା ବାଂଲାଦେଶ କ୍ରିକେଟ ଦଳ

ରାଓ୍ବପିଣ୍ଡି: ରାଓ୍ବପିଣ୍ଡିରେ ବାଂଲାଦେଶ କ୍ରିକେଟ ଦଳ ନଜମୁଲ ହୁସେନ୍ ଶାଣ୍ଟୋଙ୍କ ନେତୃତ୍ୱରେ ଇତିହାସ ରଚିଛି। ଦ୍ବିତୀୟ ଟେଷ୍ଟରେ ବାଂଲାଦେଶ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହ ବାଂଲାଦେଶ ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କୁ ୨-୦ରେ ଜିତି ନେଇଛି। ବାଂଲାଦେଶ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍ ଜିତିଛି।

ବାଂଲାଦେଶର ଏହି ଐତିହାସିକ ବିଜୟରେ ମେହେନ୍ଦି ହାସନ ମେରାଜ, ଲିଟନ ଦାସ, ହାସନ ମହମ୍ମଦ ଓ ନାହିଦ ରାଣାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ବାଂଲାଦେଶ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ବାଂଲାଦେଶ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍ ଜିତିଛି।ଦଳର ଏହି ଐତିହାସିକ ବିଜୟରେ ମେହେନ୍ଦି ହାସନ ମେରାଜ, ଲିଟନ ଦାସ, ହାସନ ମହମ୍ମଦ ଓ ନାହିଦ ରାଣାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଟେଷ୍ଟ ସିରିଜ୍ ରେ ପରାଜୟ ଏଡ଼ାଇବା ପାଇଁ ପାକିସ୍ତାନକୁ ସବୁ ପରିସ୍ଥିତିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିଥିଲା, କିନ୍ତୁ ଶାନ୍ ମାସୁଦଙ୍କ ଦଳ ତାହା କରିପାରିନଥିଲା। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିଲା। ଏହାପରେ ଦ୍ୱିତୀୟ ଦିନରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ ଏବଂ ଦଳ ପ୍ରଥମ ଇନିଂସରେ ମାତ୍ର ୨୭୪ ରନ୍ କରିପାରିଥିଲା।

ଏହାପରେ ପ୍ରଥମ ଇନିଂସରେ ବାଂଲାଦେଶର ଆରମ୍ଭ ବହୁତ ଖରାପ ଥିଲା । ମାତ୍ର ୨୬ ରନ୍ ସ୍କୋରରେ ୬ ଓ୍ଵିକେଟ୍ ପଡ଼ିଥିଲେ ହେଁ ଦଳ ଜବରଦସ୍ତ ଲଢ଼େଇ କରିଥିଲା। ଲିଟନ୍ ଦାସ ୧୩୮ ଓ ମେହେନ୍ଦି ହାସନ ମେରାଜ ୭୮ ରନ୍ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ସେମାନେ ବାଂଲାଦେଶ ସ୍କୋରକୁ ୨୬/୬ରୁ ୨୬୨ରେ ପହଞ୍ଚାଇଥିଲେ । ଏହା ପରେ ପାକିସ୍ତାନ ନିଜର ୨ୟ ଇନିଂସରେ ୧୭୨ ରନ କରି ଅଲଆଉଟ ହେବା ପରେ ବାଂଲାଦେଶ ଆଗରେ ୧୮୫ ରନର ଲକ୍ଷ୍ୟ ରହିଥିଲା, ଯାହାକୁ ବାଂଲାଦେଶ ୪ ଓ୍ବିକେଟ୍ ହରାଇ ହାସଲ କରିନେଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button