ଜ୍ୟୋତିଷ

ଏହି ରାଶିର ଝିଅମାନଙ୍କ ସହିତ ଭୁଲରେ ମଧ୍ୟ କଳହ କରନ୍ତୁ ନାହିଁ, ନଚେତ ହଇରାଣ ହେବେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟର ରାଶିରୁ ତାର ସ୍ଵଭାବ, ବ୍ୟକ୍ତିତ୍ଵ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। କହିବାକୁ ଗଲେ ଗ୍ରହ ଓ ନକ୍ଷତ୍ର ଗୁଡ଼ିକର ଚଳନର ପରିବର୍ତ୍ତନ ହେବା ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ।

କିଛି ଗ୍ରହ ସୌମ୍ୟ ଓ ଶୁଭ ହୋଇଥିବାବେଳେ ଆଉକିଛି ଗ୍ରହ କ୍ରୁର ଓ ଅଶୁଭ ହୋଇଥାନ୍ତି। ଏହି ଗ୍ରହର ଶୁଭ ଓ ଅଶୁଭ ସ୍ଥିତି ମନୁଷ୍ୟର ସ୍ଵଭାବକୁ ନିୟନ୍ତ୍ରଣ କରିଥାଏ। ଆଜି ଆମେ ଆପଣଙ୍କୁ କିଛି ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି:-
ମଙ୍ଗଳ ଗ୍ରହ, ମେଷ ରାଶିର ଅଧିପତି ଅଟନ୍ତି।ଏହି ରାଶିର ଝିଅମାନଙ୍କର କୁଣ୍ଡଳୀରେ ଯଦି ମଙ୍ଗଳର ସ୍ଥିତି ଦୁର୍ବଳ ହୋଇଥାଏ କିମ୍ବା ପାପ ଗ୍ରହ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ, ତାହେଲେ ସେହି ଝିଅମାନେ ବହୁତ ରାଗି ହୋଇଥାନ୍ତି। ମଙ୍ଗଳର ସ୍ଥିତି ସର୍ବଦା ଶୁଭ ରହିଲେ, ଏହି ଝିଅମାନେ ସବୁ ଦିଗରୁ ସଫଳତା ଅର୍ଜନ କରିଥାନ୍ତି। ସାମାନ୍ୟ କଥାରେ ଏମାନେ କ୍ରୋଧିତ ହୋଇ ଯାଇଥାନ୍ତି।

ସିଂହ ରାଶି:-
ସକଳ ଶକ୍ତିର ଆଧାର ସୂର୍ଯ୍ୟ ଗ୍ରହ ଏହି ରାଶିର ଅଧିପତି ଅଟନ୍ତି। ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହ ମାନଙ୍କର ରାଜା ବୋଲି କୁହାଯାଏ। ଏହି ରାଶିର ଝିଅମାନେ ବହୁତ କଠୋର ସ୍ୱଭାବର ହୋଇଥିଲେ ମଧ୍ୟ ହୃଦୟରୁ ନିର୍ମଳ ହୋଇଥାନ୍ତି।ଏମାନେ କେବେବି ଅନ୍ୟମାନଙ୍କ ଜୀବନରେ ଦଖଲ ଦେବାକୁ ଚେଷ୍ଟା କରନ୍ତି ନାହିଁ।କିନ୍ତୁ ଏମାନଙ୍କ ସମ୍ମାନ ଉପରେ ଆଞ୍ଚ ଆସିଲେ, ଏମାନେ ସେହି ବ୍ୟକ୍ତିକୁ କେବେ ମଧ୍ୟ କ୍ଷମା କରନ୍ତି ନାହିଁ।ଏହି ଝିଅମାନେ ନିଜ ଶତ୍ରୁଙ୍କୁ ଉଚିତ ଜବାବ ଦେଇ ପରାଜିତ କରିଥାନ୍ତି।

ମକର ରାଶି:-
ଭଗବାନ ଶନି ହେଉଛନ୍ତି ଏହି ରାଶିର ଅଧିପତି। ଏହି ରାଶିର ଝିଅମାନଙ୍କୁ ନିୟମ ପାଳନ କରିବାକୁ ଭଲ ଲାଗେ। କେହି ଭୁଲ କଥା କହିଲେ, ଏମାନେ ବରଦାସ୍ତ କରି ପାରନ୍ତି ନାହିଁ। ଏମାନଙ୍କର ସାମ୍ନାରେ କେହି ଭୁଲ କାର୍ଯ୍ୟ କରୁଥିଲେ ବା ଭୁଲ କଥା କହୁଥିଲେ, ଏମାନେ କ୍ରୋଧିତ ହୋଇ ଯାଇଥାନ୍ତି। ପରିବାର ସମ୍ଭାଳିବା ପାଇଁ ଏମାନେ ଖୁବ୍ ସକ୍ଷମ ହୋଇଥାନ୍ତି।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button