ଦେଶ- ବିଦେଶ

ଝିଅ ମାନଙ୍କର ଏହି ଜାଗାରେ କଳାଜାଇ ଥିଲେ,ସେମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ । ସାଧାରଣତଃ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଜାଇ ବା ତିଳ ଚିହ୍ନ ରହିଲେ ତାହା ଶୁଭ ବୋଲି ମାନା ଯାଇଥାଏ। ତେବେ ଆଜି ଆମେ ଜାଣିବା ଶାସ୍ତ୍ର ଅନୁସାରେ ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଜାଇ ରହିଲେ, ସେହି ନାରୀ ଗୁଣବତୀ ଓ ଭାଗ୍ୟବତୀ ହୋଇଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ନାଭି ତଳେ ବା ନାଭି ପାଖରେ ତିଳ ଚିହ୍ନ ରହିଲେ ତାହା ଉତ୍ତମ ବୋଲି ମାନା ଯାଇଥାଏ।ଯେଉଁ ନାରୀର ନାଭି ପାଖରେ ତିଳ ଚିହ୍ନ ରହିଥାଏ ସେମାନଙ୍କ ଭାଗ୍ୟରେ ସମସ୍ତ ପ୍ରକାର ଭୋଗ ବିଳାସ ଏବଂ ଉତ୍ତମ ସ୍ୱାମୀ ରହିଥାଏ।

ସେହିପରି କୈଣସି ନାରୀର ପିଠିରେ ତିଳ ଚିହ୍ନ ରହିଲେ ସେହିଁ ନାରୀ ଅଧିକ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି।ଏମାନେ ଅଧିକ ଧନ ଉପାର୍ଜନ କରିଥାନ୍ତି ଏବଂ ଏହା ସହିତ ଖର୍ଚ ମଧ୍ୟ ବହୁତ କରିଥାନ୍ତି।

କୋଣସି ନାରୀର ମଥାରେ ତିଳ ଚିହ୍ନ ରହିଲେ ସେହି ନାରୀ ବହୁତ ଧନବାନ ପୁରୁଷକୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଅତ୍ୟନ୍ତ ଗୁଣବାନ ମଧ୍ୟ ହୋଇଥାଏ । ସେହି ନାରୀର ସ୍ବାସ୍ଥ୍ୟ ସର୍ବଦା ଭଲ ରହିଥାଏ ଏବଂ ତାର ଭଗବାନଙ୍କ ଉପରେ ସର୍ବଦା ବିଶ୍ୱାସ ରହିଥାଏ। ଏଭଳି ନାରୀକୁ ସମସ୍ତ ପ୍ରକାର ସୁଖସୁବିଧା ସର୍ବଦା ପ୍ରାପ୍ତ ହୋଇଥାଏ।

ସେହିପରି ଯେଉଁ ନାରୀ ମାନଙ୍କର ବିଶି ଆଙ୍ଗୁଳିରେ ତିଳ ଚିହ୍ନ ଥାଏ, ସେହି ନାରୀ ଧନବାନ ହୋଇଥାନ୍ତି। ଏମାନେ କିଛି ଲୋକଙ୍କ ଦ୍ୱାରା ମଧ୍ୟ ହଇରାଣ ହୋଇ ପାରନ୍ତି । ଯେଉଁ ନାରୀ ମାନଙ୍କର ଅନାମିକା ବା ପରି ଆଙ୍ଗୁଳିରେ ତିଳ ଚିହ୍ନ ରହିଥାଏ, ସେହି ନାରୀ ମାନେ ସର୍ବଦା ଯଶ କୀର୍ତ୍ତି ସ୍ଥାପନ କରିବା ସହିତ ସମସ୍ତ ପ୍ରକାର ସୁଖ ପ୍ରାପ୍ତି କରିଥାନ୍ତି ।

ଯେଉଁ ନାରୀର ମଧ୍ୟମ ଆଙ୍ଗୁଳିରେ ତିଳ ଚିହ୍ନ ରହିଥାଏ ସେହି ନାରୀ ଶାନ୍ତ ସଭାବର ହୋଇଥାନ୍ତି । ଯେଉଁ ନାରୀ ମାନଙ୍କର କାନି ଆଙ୍ଗୁଳିରେ ତିଳ ଚିହ୍ନ ରହିଥାଏ, ସେହି ନାରୀ ସମସ୍ତ ପ୍ରକାର ଯଶ କୀର୍ତ୍ତି ପ୍ରାପ୍ତି କରିଥାନ୍ତି।

ଯେଉଁ ନାରୀ ମାନଙ୍କର ହାତର ପାପୁଲିରେ ତିଳ ଚିହ୍ନ ରହିଥାଏ, ସେହିଁ ନାରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଗଳାରେ ବା ବେକରେ ଯେଉଁ ନାରୀ ମାନଙ୍କର ତିଳ ଚିହ୍ନ ରହିଥାଏ, ସେହି ନାରୀ ବହୁତ ସୁନ୍ଦର ହେବା ସହିତ ଅଧିକ ଗୁଣବତୀ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ସ୍ୱାମୀ ଏବଂ ପରିବାର ପ୍ରତି ଅଧିକ ଯତ୍ନଶୀଳ ହୋଇଥାନ୍ତି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button