କଂଗ୍ରେସକୁ ଶକ୍ତ ଝଟକା, ବ୍ୟାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଅନୁରୋଧ ଖାରଜ – Kalinga News

[ad_1]
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ଏହା ପୂର୍ବରୁ କଂଗ୍ରେସ ଦଳକୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଦଳ ଇନକମ ଟାକ୍ସ ଅପିଲେଟ୍ ଟ୍ରିବୁନାଲ ନିକଟରେ ଅନୁରୋଧ କରିଥିଲା। କିନ୍ତୁ ଦଳର ଏହି ଅନୁରୋଧକୁ ଟ୍ରିବୁନାଲ ଖାରଜ କରିଦେଇଛନ୍ତି। ଆଇଟି କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାଖଲ ହୋଇଥିବା ପିଟିସନକୁ ଟ୍ରିବୁନାଲ ଖାରଜ କରିଦେଇଛନ୍ତି। ତେବେ କଂଗ୍ରେସ ପକ୍ଷରୁ ବିବେକ ଟଙ୍ଖା ଏହି ନିର୍ଦ୍ଦେଶକୁ ୧୦ ଦିନ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। କଂଗ୍ରେସ ଲିଗାଲ ସେଲ୍ ମୁଖ୍ୟ ଟଙ୍ଖା କହିଛନ୍ତି ଯେ ଟ୍ରିବୁନାଲ ଖୁବଶୀଘ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୧୬ ତାରିଖରେ କଂଗ୍ରେସ ଦଳ କହିଥିଲା ଯେ ଆଇଟି ବିଭାଗ ଏହାର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେଇଛି। ୨୦୧୮-୧୯ ବର୍ଷ ପାଇଁ ୨୧୦ କୋଟି ଟିକସ ଦାବି କରିବାପରେ ଆଇଟି ବିଭାଗ ପକ୍ଷରୁ ଦଳର ଆକାଉଣ୍ଟରେ ଥିବା ୧୧୫ କୋଟି ଅଚଳ କରାଯାଇଛି ବୋଲି କୁହାଯାଇଥିଲା। ଏହାର କିଛି ଦିନ ପରେ କଂଗ୍ରେସ ନେତା ଅଜୟ ମାକେନ ଦାବି କରିଥିଲେ ଯେ ଦଳର ୩ଟି ଆକାଉଣ୍ଟରୁ ୬୫ କୋଟି ଟଙ୍କା ଉଠାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉକ୍ତ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଏହା ଗଣତନ୍ତ୍ର ପାଇଁ ଶକ୍ତ ଝଟକା।
[ad_2]




