ଦେଶ- ବିଦେଶ

ଫୋନ ଦ୍ବାରା କାରକୁ କରିପାରିବେ କଣ୍ଟ୍ରୋଲ୍, ଫିଚର୍ ରହିଛି ଦମଦାର୍

ନେକ ଲୋକଙ୍କ ପାଖରେ ସ୍ମାର୍ଟ କାର୍ ଥାଏ, କିନ୍ତୁ ଏହାର ଆଡଭାନ୍ସ ଫିଚରଗୁଡିକ ବିଷୟରେ ସେମାନେ ଅଧିକ ଜାଣନ୍ତି ନାହିଁ । ସାଧାରଣ କାର ଅପେକ୍ଷା ସ୍ମାର୍ଟ କାର୍ ଟିକେ ମହଙ୍ଗା । ସ୍ମାର୍ଟ କାରରେ ଥିବା ଆଡଭାନ୍ସ ଫିଚର ଏହାକୁ ସାଧାରଣ କାରଠାରୁ ଭିନ୍ନ କରିଥାଏ । ଯଦି ଏହାର ଆଡଭାନ୍ସ ଫିଚର ବ୍ୟବହାର ନହୁଏ ତେବେ ସ୍ମାର୍ଟ କାରର ବ୍ୟବହାର କରି ବି ଲାଭ କଣ ?

ତେବେ ଆମେ ଆପଣଙ୍କୁ ଆପଣଙ୍କର ସ୍ମାର୍ଟ କାରରେ କାର୍ ପ୍ଲେ ସିଷ୍ଟମର ଫିଚର ବିଷୟରେ କହିବାକୁ ଯାଉଛୁ । ଆପଣ କିପରି ନିଜ ଫୋନ୍ ମାଧ୍ୟମରେ ସ୍ମାର୍ଟ କାରରେ ଥିବା ଫିଚରର ଲାଭ ଉଠାଇ ପାରିବେ ଜାଣି ରଖନ୍ତୁ । ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଆପଣ ନିଜ ଫୋନ୍ ପରି କାରକୁ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଛୋଟ ଟିପ୍ସକୁ ଫୋଲୋ କରିବାକୁ ପଡ଼ିବ ।

ସର୍ବପ୍ରଥମେ ଆପଣଙ୍କ କାରର ଇନଫୋଟେନମେଣ୍ଟ ସିଷ୍ଟମ ଅନ୍ କରନ୍ତୁ । ସିଷ୍ଟମ୍ ଅନ୍ କରିବା ପରେ, ସେଟିଙ୍ଗ୍ ଅପ୍ସନ୍ କୁ ଯାଆନ୍ତୁ, ଟିକେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଆପଣ ଆକ୍ସେସିବିଲିଟି ଫିଚର ଦେଖିପାରିବେ । ଆକ୍ସେସିବିଲିଟି ଉପରେ କ୍ଲିକ୍ କରନ୍ତୁ, ଏଠାରେ ଆପଣ ଭଏସ୍ କଣ୍ଟ୍ରୋଲ୍ ପାଇବେ । ଯଦି ଆପଣ ଏହା ଉପରେ କ୍ଲିକ୍ କରିବେ, ତେବେ ଆପଣ କାର୍ ପ୍ଲେ ସିଷ୍ଟମକୁ ଭଏସରେ କଣ୍ଟ୍ରୋଲ୍ କରିପାରିବେ । ଏହା ବ୍ୟତୀତ ଯଦି ଆପଣ ଚାହିଁବେ ଆପଣ ଆକ୍ସେସିବିଲିଟିରେ କଲର୍ ଫିଲ୍ଟରର ଅପ୍ସନ ମଧ୍ୟ ପାଇବେ, ଯାହାକୁ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ ।

ଆପଣ କାର୍ ପ୍ଲେ ରେ ସିରି ଏବଂ ଆସିଷ୍ଟାଣ୍ଟକୁ ମଧ୍ୟ ଇନେବଲ୍ କରିପାରିବେ । ଏହା ଦ୍ବାରା ଆପଣ କଲିଂ, ସଙ୍ଗ୍ ଚେଞ୍ଜ୍ , ମ୍ୟାପ୍ ଓପନ୍ ଇତ୍ୟାଦି ଫିଚରକୁ କଣ୍ଟ୍ରୋଲ୍ କରିପାରିବେ । ଆପଣ ନିଗ ଭଏସ୍ ଦ୍ବାରା ପ୍ରାୟ ସବୁକିଛି କରିପାରିବେ ।

ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍: କାରରେ ମିଳୁଥିବା ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍ ହେଉଛି ସବୁଠାରୁ ଭଲ ସେଫ୍ଟି ଫିଚର । କାରର ସମସ୍ତ ଚକ ଉପରେ ଏବିଏସ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଛି, ଯାହାର କାମ ହେଉଛି ସ୍ପିଡ୍ ବ୍ରେକିଂ ସମୟରେ ଚକଗୁଡ଼ିକୁ ଲକ୍ କରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button