ରାଜ୍ୟ

ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାରରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣା: ପ୍ରଭାରୀ-ଏଆଇସିସି ଟିମ୍ ଆଡ଼କୁ ଦୋଷ ଠେଲିଲେ ଶରତ

ଭୁବନେଶ୍ବର: ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାର ନାଁରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣାରେ ପୂର୍ବତନ ପିସିସି ସଭାପତି ଶରତ ପଟନାୟକ ପ୍ରଭାରୀ ଏବଂ ଏଆଇସିସି ଟିମ୍ ଆଡ଼କୁ ଦୋଷ ଠେଲିଛନ୍ତି।

ଭରତପୁର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି।

ସେ କହିଛନ୍ତି ଅଭିଯୋଗ ଆଣିଥିବା ଲୋକ ଆଉ ସଂସ୍ଥାକୁ ମୁଁ ଜାଣିନି।

ମୁଁ ସେତବେଳେ ନିର୍ବାଚନ ଲଢ଼ିବାରେ ବ୍ୟସ୍ତ ଥିଲି।
ସବୁ କିଛି ପ୍ରଭାରୀ ଓ ଏଆଇସିସିର ଟିମ୍ ଡିଲ୍ କରୁଥିଲେ ବୋଲି ସେ କହିଛନ୍ତି।

ଏଆଇସିସିରୁ ଆସିଥିବା ଟଙ୍କା ବିଷୟରେ ମୋ ପାଖେ ତଥ୍ୟ ନାହିଁ। ମତେ ଜାଣିଶୁଣି କିଛି ଗୋଷ୍ଠୀ ଚକ୍ରାନ୍ତ କରି ଅପମାନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button