ରାଜ୍ୟ

କୋର୍ଟ ଚାଲାଣ ହେବ ସମୀର ମନସୁର

ଭୁବନେଶ୍ୱର : ଧର୍ମ ପରିବର୍ତ୍ତନ କରାଇ ଯୁବତୀଙ୍କୁ ବିବାହ କରିବା ଘଟଣା । ଲଭ ଜିହାଦର ଗୁମର କଥା ବଖାଣିଲା ଅଭିଯୁକ୍ତ ସମୀର ମନସୁର । ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ବାରମ୍ବାର ରଖିଥିଲା ଶାରିରୀକ ସମ୍ପର୍କ। ମନସୁର ର ଅସଲ ପରିଚୟ ପାଇବା ପରେ ଯୁବତୀ ବିବାହ ପାଇଁ ମନା କରିବାରୁ ସମୀର ଇନଷ୍ଟାଗ୍ରାମରେ ଭାଇରାଲ କରିଥିଲା ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ।

ତେବେ ଏହି ଭିଡିଓକୁ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ ଚିଠି ଲେଖିବ କମିଶନରେଟ ପୋଲିସ । ସେପଟେ ଅଭିଯୁକ୍ତର ମେଡିକାଲ ଯାଞ୍ଚ ଶେଷ ହୋଇଛି। ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନାନୁସାରେ,ସମୀର ମନସୁରର ଘର ବିହାର ଚମ୍ପାରଣରେ । ସେ ଜାମ୍ମୁ – କାଶ୍ମୀରରେ ଜଣେ ଇଲେକ୍ଟ୍ରିସିଆନ ଭାବରେ କାମ କରୁଥିଲେ । ଗତ ୨୦୨୨ରେ ଫ୍ରି ଫାୟାର୍‌ ଗେମ୍‌ ଖେଳୁଥିବାବେଳେ ଅଭିଯୁକ୍ତ ସମୀର ସହ ଓଡିଶା ଜଗତସିଂପୁର ଅଞ୍ଚଳର ଯୁବତୀଙ୍କ ସମ୍ପର୍କରେ ଆସିଥିଲା । ସମୀର ନିଜ ତଥ୍ୟ ଗୋପନ ରଖି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍‌ରେ ତାଙ୍କ ସହ ଭାବ ଦିଆନିଆ କରୁଥିଲା । ଏହାରି ଭିତରେ ଯୁବତୀଙ୍କ ସହ ମିଶିବା ପାଇଁ ଏକାଧିକ ଥର ଓଡ଼ିଶା ଆସିଥିଲା ମନସୁର । ଶେଷ ଥର ପାଇଁ ମନସୁର ଓଡିଶା ଆସି ପୁରୀ ଯାଇ ଉଭୟେ ଏକ ହୋଟେଲରେ ରହିଥିଲେ । ଏହି ସମୟରେ ଯୁବତୀ ସମୀର ମନସୁର ର ଅସଲି ପରିଚୟ ଜାଣିବାକୁ ପାଇଥିଲେ । ଏହାପରେ ସେ ବିବାହ ପାଇଁ ମନା କରିବା ସହ ମନସୁରଙ୍କ ଠାରୁ ଦୁରେଇ ଯାଇଥିଲେ । ମାତ୍ର ଏଥିରେ ପ୍ରତିଶୋଧ ପରାୟଣ ହୋଇ ମନସୁର ଯୁବତୀଙ୍କ ଫୋଟୋ ଏବଂ ଭିଡ଼ିଓ ସବୁ ଇଷ୍ଟାଗ୍ରାମରେ ଉପଲୋଡ଼ କରିଦେଇଥିଲା । ଏପରିକି ଯୁବତୀଙ୍କ ବାପାଙ୍କ ପାଖକୁ ମଧ୍ୟ ଏହି ଫୋଟୋ ଭିଡିଓ ପଠାଇ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା। ଏହା ପରେ ପୀଡ଼ିତାଙ୍କ ପରିବାର ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସମୀରକୁ ଧରିବା ଲାଗି ପୁଲିସ ଜାଲ ବିଛାଇ ଥିଲା । ଯୋଜନା ମୁତାବକ ବିବାହ କରିବେ ବୋଲି କହି ପୀଡ଼ିତା ତାକୁ ଡକାଇଥିଲେ। ସମୀର ଆସି ଭୁବନେଶ୍ୱରରେ ପହଁଚିବା ପରେ ଯୋଜନା ମୁତାବକ ଶୁକ୍ରବାର ଦିନ ତାଙ୍କୁ ଧରିଥିଲା କମିଶନରେଟ ପୋଲିସ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button