ରାଜ୍ୟ

ପ୍ରଧାନ ଶିକ୍ଷକ ବଦଳି ରୋକିବା ସହ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଘଷିପୁରା ବ୍ଲକ ଅତା ରଙ୍ଗାଧର ସ୍ମୃତି ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ପ୍ରକାଶ ମହାପାତ୍ରଙ୍କ ଅନ୍ୟ ବିଦ୍ୟାଳୟକୁ ବଦଳିକୁ ପ୍ରତିବାଦ କରି ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ଧାରଣା ଦେଇଥିଲେ |

ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ପ୍ରଧାନ ଶିକ୍ଷକ ଭାବେ ପ୍ରକାଶ ମହାପାତ୍ର ଙ୍କୁ ବିଦ୍ୟାଳୟ ପରିଚାଳନା କରିବା ଓ ବିଜ୍ଞାନ ଶିକ୍ଷକ ଅଭାବରୁ ନିଯୁକ୍ତି ଦିଆଯାଇଥିଲା | ଗତ କାଲି ଅନ୍ୟ ବିଦ୍ୟାଳୟ କୁ ବଦଳି କରାଯିବାରୁ ଆଜି ରଙ୍ଗାଧର ବିଦ୍ୟାପୀଠ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ଙ୍କ ବଦଳି ରୋକିବା ସହ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ପାଇଁ ଆବଶ୍ୟକ ଶିକ୍ଷକ ନଥିବା ରୁ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରି ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଘଷିପୁରା ତହସିଲଦାର ନୀଳକଣ୍ଠ ବେହେରା ଓ ସାଇଁକୂଳ ଫାଣ୍ଡି ଅଧିକାରୀ ସୁରେଶ କୁମାର ମାଝୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ କଥା ହୋଇ ବୁଝାସୁଝା ପରେ ଧାରଣା ରୁ ଉଠିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button