ରାଜ୍ୟ

ପିପିଲିରେ ବାର୍ଡ ଫ୍ଲୁ; ପଜିଟିଭ୍ ଆସିଲେ, ମରାଯିବ ୨୦ ହଜାର କୁକୁଡ଼ା

ପିପିଲିରେ ବାର୍ଡ ଫ୍ଲୁ । ୧୩ ଜଣିଆ ପ୍ରାଣୀ ଚିକିତ୍ସକ ଟିମର ସରଜମିନ ତଦନ୍ତ, ୪୭ ଫାର୍ମରୁ ସଂଗ୍ରହ କଲେ ନମୁନା । ପଜିଟିଭ୍ ଆସିଲେ, ମରାଯାଇପାରେ ୨୦ ହଜାର କୁକୁଡ଼ା । କ୍ଷତିପୂରଣ ଦାବିରେ ଫାର୍ମ ମାଲିକଙ୍କ ବିରୋଧ

ପିପିଲିରେ ବାର୍ଡ ଫ୍ଲୁ । ଆଜି ୧୩ ଜଣିଆ ଡାକ୍ତର ଟିମ୍ ଏବଂ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।

ପିପିଲିରେ ୪୭ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହଜାରରୁ ଅଧିକ କୁକୁଡ଼ା ମରାଯିବା ଅନୁମାନ । ପୂର୍ବରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବା ଫଳରେ ଆନିମଲ ଡିଜିଜ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁକୁଡ଼ାର ରକ୍ତ ମଳମୂତ୍ର, କଫ ସଂଗ୍ରହ କରାଯାଇଛି । ମଲା କୁକୁଡ଼ାକୁ ସାଥିରେ ନେଇ ଏହାକୁ ପରୀକ୍ଷା କରାଯିବା ପାଇଁ ଭେଲୋର ପରୀକ୍ଷା ପାଇଁ ପଠାଯାଇଥିଲା ।

ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ ଫ୍ଲୁ ବୋଲି ଜଣାପଡ଼ିଛି । ପଜିଟିଭ ବାହାରିବା ପରେ ବିଭିନ୍ନ କୁକୁଡ଼ା ଫାର୍ମରେ କୁକୁଡ଼ା ମରାଯିବା ନେଇ ବିଭାଗ ପ୍ରସ୍ତୁତ ହେଉଛି । ସେପଟେ ଚାଷୀ କିଭଳି କ୍ଷତିପୂରଣ ପାଇବେ ବୋଲି ପ୍ରଶ୍ନ କରିଛନ୍ତି କୁକୁଡ଼ା ଚାଷୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button