ଦେଶ- ବିଦେଶ

ଆଇଏସ୍ଏସରେ ବିଗୁଡୁଛି କି ସୁନିତା ୱିଲିୟମଙ୍କ ସ୍ବାସ୍ଥ୍ୟବସ୍ଥା.

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀ ବଚ୍ ୱିଲମୋର ଜୁନ୍ ମାସରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଅଛନ୍ତି। ଉଭୟ ୧୫୦ ଦିନରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି। ଉଭୟ ମହାକାଶଚାରୀ ଜୁନ୍ ୫ରେ ବୋଇଙ୍ଗର ଷ୍ଟାରଲାଇନର୍ ମହାକାଶ ଯାନରେ ଯାଇଥିବା ବେଳେ ଜୁନ୍ ୬ରେ ଆଇଏସ୍ଏସ୍ ରେ ପହଞ୍ଚିଥିଲେ।

ଏହାରି ମଧ୍ୟରେ ସୁନିତା ୱିଲିୟମଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ଓଜନ ଖୁବ୍ ହ୍ରାସ ପାଇଥିବା ଦେଖାଯାଇଛି। ଯାହାକୁ ନେଇ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି।

ଏହାକୁ ନେଇ ବିଶେଷଜ୍ଞ କହିଛନ୍ତି ଯେ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଉଚ୍ଚତାରେ ରୁହନ୍ତି, ଚାପର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ଏହି କାରଣରୁ ସୁନୀତା ୱିଲିୟମ୍ସଙ୍କ ଗାଲ ପଶିଯାଇଛି। ଶରୀରର ଓଜନ ମଧ୍ଯ ହ୍ରାସ ପାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button