ଡବ୍ଲ୍ୟୁପିଏଲ ରିଟେନ ତାଲିକା ଘୋଷଣା କଲେ ଫ୍ରାଞ୍ଚାଇଜ: ସ୍ନେହ ରାଣା, ଲି ତାହୁହୁ, ପୁନମ ଯାଦବ ଭଳି ଖେଳାଳି ବାଦ୍ ପଡିଲେ
ମୁମ୍ବାଇ,୦୮/୧୧: ଆଗାମୀ ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍) ପାଇଁ ଫ୍ରାଞ୍ଚାଇଜମାନେ ରିଟେନ ତାଲିକା ଘୋଷଣା କରିଛନ୍ତି । ସ୍ନେହ ରାଣା, ଲି ତାହୁହୁ, ପୁନମ ଯାଦବ, ହିଥର ନାଇଟ୍ଙ୍କ ଭଳି ତାରକା ଖେଳାଳିଙ୍କୁ ବାଦ ଦିଆଯାଇଛି । ଏଥର ଫ୍ରାଞ୍ଚାଇଜଙ୍କ ମୂଳ ପୁଞ୍ଜି ବୃଦ୍ଧି ହୋଇଛି । ଗତ ସିଜନରେ ଫ୍ରାଞ୍ଚାଇଜଙ୍କୁ ଖେଳାଳି କିଣିବା ପାଇଁ ମୋଟ୍ ୧୩.୫କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।
ଏଥର ଦେଢ କୋଟି ଟଙ୍କା ବୃଦ୍ଧି କରାଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସ ଲାଉରା ହ୍ୟାରିସ୍, ପୁନମ ଯାଦବ, ଅପର୍ଣ୍ଣା ମୋଣ୍ଡଳ ଓ ଅଶ୍ୱିନୀ କୁମାରୀଙ୍କୁ ବାଦ ଦେଇଛି । ଫ୍ରାଞ୍ଚାଇଜ୍ ପର୍ସରେ ୨.୫କୋଟି ଟଙ୍କା ବାକି ରହିଛି । ଏହି ଅର୍ଥରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ନିଲାମରେ ୪ଜଣ ଖେଳାଳି କିଣିବ । ଗୁଜରାଟ ଜାଏଣ୍ଟ୍ସ ଲି ତାହୁହୁ, କାଥରିନ ବ୍ରାଇସ, ସ୍ନେହ ରାଣା, ମନ୍ନତ କଶ୍ୟପ, ବେଦା କ୍ରିଷ୍ଣମୂର୍ତ୍ତୀ, ତରାନୁମ ପଠାନ ଓ ଲାଉରେନ ଚିଟଲଙ୍କୁ ବାଦ ଦେଇଛି । ପର୍ସରେ ଆଉ ୪.୪କୋଟି ଟଙ୍କା ବାକି ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଇସି ୱଙ୍ଗ, ଫାତିମା ଜାଫର, ହୁମାଇରା କାଜି ଓ ପ୍ରିୟଙ୍କା ବାଲାଙ୍କୁ ବାଦ ଦେଇଛି । ପର୍ସରେ ଆଉ ୨.୬୫କୋଟି ଟଙ୍କା ବାକି ରହିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହିଥର ନାଇଟ, ନାଦିନ ଡି କ୍ଲର୍କ, ଶୁଭା ସତୀଶ, ସିଶା କସତ, ଇନ୍ଦ୍ରାଣୀ ରୟ,ସିମରନ ବାହାଦୁୀ ଓ ଶ୍ରଦ୍ଧା ପୋକରକରଙ୍କୁ ବାଦ ଦେଇଛି । ପର୍ସରେ ଆଉ ୩.୨୫କୋଟି ଟଙ୍କା ବାକି ରହିଛି । ୟୁପି ୱାରିୟର୍ସ ପାର୍ଶବୀ ଚୋପ୍ରା, ଲକ୍ଷ୍ମୀ ଯାଦବ, ଏସ ଯଶଶ୍ରୀ ଓ ଲାଉରେନ ବେଲଙ୍କୁ ବାଦ ଦେଇଛି । ପର୍ସରେ ୩.୯୦କୋଟି ଟଙ୍କା ବାକି ରହିଛି