ଦେଶ- ବିଦେଶ

ପ୍ରଥମ ଥର ପାଇଁ ଝିଅ ଦୁଆକୁ ଧରି ବାହାରକୁ ବାହାରିଲେ ରଣବୀର-ଦୀପିକା

ମୁମ୍ବାଇ: ନଭେମ୍ବର ୮ ତାରିଖରେ ବଲିଉଡ୍ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ଝିଅ ଦୁଆ ପାଦୁକୋନ ସିଂଙ୍କ ସହ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି।

ଏହି ଭାଇରାଲ ଭିଡିଓରେ ରଣବୀର ଏବଂ ଦୀପିକାଙ୍କୁ ବିମାନ ବନ୍ଦର ଭିତରେ ଦେଖିବାକୁ ମିଳିଥିବା ବେଳେ ଦୀପିକା ତାଙ୍କ ଶିଶୁକୁ ଛାତିରେ ଚାପି ଧରି ଲୁଚାଇ ନେଇ ଯାଉଥିବାର ଦେଖିବାକୁ ମିଳିଛି।

କେବଳ ଦୁଆ ନୁହେଁ, ଦୁଆ ଜନ୍ମ ହେବା ପରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଛି। ମାତୃତ୍ୱ ଗ୍ରହଣ କରିବା ପରେ ସେ ସର୍ବସାଧାରଣଙ୍କ ଦୃଷ୍ଟିରୁ ଦୂରେଇ ରହିଛନ୍ତି।

ତେବେ ରଣବୀର ସିଂହଙ୍କୁ ‘ସିଂଘମ୍ ଏଗେନ୍’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା, ଯେଉଁଥିରେ ଦୀପିକା ମଧ୍ୟ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button