ରାଜ୍ୟ

ରାତି ଅଧାରେ ଯୁବକଙ୍କୁ କରିଥିଲା ପ୍ରାଣାନ୍ତକ ଆକ୍ରମଣ; ଅଭିଯୁକ୍ତ ଗିରଫ

ବୈଶିଙ୍ଗା: ୨୦୨୩ ମସିହା ମାର୍ଚ୍ଚ ମାସ ୮ତାରିଖ ବିଳମ୍ବିତ ରାତିରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ପିଞ୍ଛାବଣିଆ ଦୋଳମେଲଣ ଦେଖି ଫେରୁଥିବା ଜନୈକ ବ୍ୟକ୍ତିଙ୍କୁ ପୁରୁଣିଆ ଉପକଣ୍ଠ ଡାଳଭଙ୍ଗା ଛକ ନିକଟରେ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ଥିବା ଜନୈକ ପେଶାଦାର ଅପରାଧୀକୁ ଘଟଣାର ୨୦ମାସ ପରେ ଗିରଫକରି ବୈଶିଙ୍ଗା ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି।

ବାଛୁରୀପଡା ଗ୍ରାମର ମଦନ ସିଂର ସ୍ତ୍ରୀ ଦୀପା ସିଂଙ୍କ ଅଭିଯୋଗ ମୁତାବକ ୨୦୨୩ ମାର୍ଚ୍ଚ ୮ତାରିଖରେ ସ୍ବାମୀ ମଦନ ଖୁଣ୍ଟାପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ ଓ ଗୋପାଳପୁର ଗ୍ରାମର ଭୁଣ୍ଡା ସିଂଙ୍କ ସହିତ ପିଞ୍ଛାବଣିଆ ସ୍ଥିତ ଦୋଳମେଲଣ ଦେଖିବାକୁ ଯାଇଥିଲେ। ଫେରିବା ସମୟରେ ଡାଳଭଙ୍ଗାଛକ ନିକଟରେ ପଣସିଆ ଉପକଣ୍ଠ ଆଠବାଟିଆ ଗ୍ରାମର ଶଙ୍କୁରୁ ସେଠୀର ପୁଅ ହିମାଂଶୁ ସେଠୀ ଏବଂ ନଛିପୁରିଆ ଉପକଣ୍ଠ ବଡମିରଗା ଗ୍ରାମର ରାମଚନ୍ଦ୍ର ଗୋଚ୍ଛାୟତର ପୁଅ ଝୁନା ଓରଫ କମଳାକାନ୍ତ ପହଞ୍ଚି ଏକ ଦୁର୍ଘଟଣା ଘଟଣାକୁ କେନ୍ଦ୍ରକରି ମଦନ ସିଂଙ୍କୁ ନିସ୍ତୁକ ମାଡ ମାରିଥିଲେ। ହିମାଂଶୁ ଏବଂ ଝୁନା ଓରଫ କମଳାକାନ୍ତଙ୍କ ମାରଣାନ୍ତକ ଆକ୍ରମଣରେ ଗୁରୁତ୍ରର ମଦନ ସିଂ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ଏବଂ ସେଠାରୁ ସଙ୍ଗେସଙ୍ଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ଥିବାରୁ ମଦନଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତ୍ତି ରାଯାଇଥିଲାl

ଏହି ଘଟଣାରେ ମଦନ ସିଂର ସ୍ତ୍ରୀ ଦୀପା ସିଂଙ୍କ ଏତଲାମୂଳେ ବୈଶିଙ୍ଗା ପୁଲିସ ୨୦୨୩ ମସିହା ମାର୍ଚ୍ଚ ତାରିଖରେ ବିଭିନ୍ନ ଦଫାରେ ୯୮/୨୩ ନମ୍ବରରେ ଏକ ମାମଲା ରୁଜୁକରି ଶଙ୍କୁରୁ ସେଠୀର ପୁଅ ହିମାଂଶୁ ସେଠୀକୁ ଗିରଫକରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ଝୁନା ଓରଫ କମଳାକାନ୍ତ ଘଟଣା ଘଟଣାସ୍ଥଳରୁ ଚମ୍ପଟ ମାରି ଅଞ୍ଚଳରୁ ଫେରାର ହୋଇଯାଇଥିଲାl

ତେବେ ପୁଲିସ ଆଖିରେ ଧୁଳିଦେଇ ଲୁଚିବୁଲୁଥିବା ଫେରାର ଅଭିଯୁକ୍ତ ଝୁନା ଓରଫ କମଳାକାନ୍ତ ପୂର୍ବରୁ ମଧ୍ୟ ଏକାଧୂକ ମାମଲାରେ ଜଡିତ ରହି ଜେଲ ହାଜତକୁ ଯାଇଥିବା ଏବଂ ମାମଲା ବିଚାରାଧୀନ ଥିବା ତଥା ସେ ଏକ ପେସାଦାର ଅପରାଧ ବୋଲି ପୁଲିସ ଜାଣିବାକୁ ପାଇଥିଲା। ତେବେ ଘଟଣାର ୨୦ମାସ ପରେ ଏବେକାର ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନଙ୍କ ପ୍ରଚେଷ୍ଟାରେ ଝୁନାକୁ ଗିରଫ କରାଯାଇଥିଲା। ପରେ ଗିରଫ ଝୁନାର ସ୍ବାସ୍ଥ୍ୟ ପରୀକ୍ଷାପରେ ବେତନଟୀ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button