ରାଜ୍ୟ
କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଦୃଢ ନିନ୍ଦା କଲେ ନବୀନ
ଭୁବନେଶ୍ବର: ଗତ କିଛି ଦିନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ସିଟକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏନେଇ ସୋସିଆଲ ମିଡିଆରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଥିବା ବେଳେ ଖୋଦ ନବୀନ ପଟ୍ଟନାୟକ ତାଙ୍କର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଏସବୁକୁ ଦୃଢ ନିନ୍ଦା କରିଛନ୍ତି।
କେତେକ ନ୍ୟସ୍ତ ସ୍ବାର୍ଥ ଲୋକ ଏପରି ମିଥ୍ୟା ଗୁଜବ କରୁଥିବା ସେ ଉଲ୍ଲେଖ କରିଛନ୍ତି।
ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି।