ଦେଶ- ବିଦେଶ

ହ୍ୱାଇଟ୍ ହାଉସ୍ ରେସ: ଗଣତି ଜାରି, ମ୍ୟାଜିକ୍ ନମ୍ବର ମୁହାଁ ରିପବ୍ଲିକାନ୍ ପାର୍ଟି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା। କିଏ ଯିବେ ହ୍ୱାଇଟ ହାଉସ। ଆମେରିକା କ୍ଷମତା ଲଢ଼େଇରେ କିଏ ବାଜି ମାରିବ ? ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ବର ନଜର । ଗୋଟିଏପଟେ କିଛି ଅଞ୍ଚଳରେ ଏବେବି ନିର୍ବାଚନ ଜାରି ରହିଥିବା ବେଳେ ଅନ୍ୟପଟେ ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି ।

ଏବେ ବି ଚାଲିଛି କିଛି ସ୍ଥାନରେ ଭୋଟିଂ। ଡୋନାଲ୍ଡ ଟ୍ରମ୍ଫ- କମଳା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ସୂଚନା ମିଳିଛି।

୨୭୦ ମ୍ୟାଜିକ୍ ନମ୍ବର ନିକଟତର ହେଉଛି ରିପବ୍ଲିକାନ ପାର୍ଟି । ଡୋନାଲ୍ଡ ଟ୍ରମ୍ପ ୧୯୮ ଇଲେକ୍ଟ୍ରୋରାଲ୍ କଲେଜ ସହ ଆଗରେ ରହିଥିବାବେଳେ କମଲା ହାରିସ୍ ମାତ୍ର ୧୦୯ ଆସନରେ ଆଗରେ ରହିଛନ୍ତି। ଭୋଟ୍ ଗଣତିର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରିବପ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟେକ୍ସାସ୍ ସହ ୪ଟି ଷ୍ଟେଟରେ ବିଜୟୀ ହୋଇଛନ୍ତି । ସେହିପରି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ୍ ନ୍ୟୁୟର୍କରେ ବିଜୟୀ ହୋଇଛନ୍ତି । ଇଲେକ୍ଟୋରାଲ କଲେଜ ଟ୍ରେଣ୍ଡ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ୧୭୮ଟି ଆସନରେ ଆଗୁଆ ଥିବାବେଳେ କମଲା ହାରିସ ୯୯ଟି ଆସନରେ ଅଟକି ରହିଛନ୍ତି। ନିର୍ବାଚନ ଜିତିବାକୁ ହେଲେ ୨୭୦ ମ୍ୟାଜିକ୍ ନମ୍ବର ଆବଶ୍ୟକ।

ଆମେରିକାରେ ମୋଟ୍ ୧୬କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏଥିରୁ ୮ କୋଟି ଭୋଟର ପୂର୍ବରୁ ନିଜର ମତଦାନ କରିସାରିଛନ୍ତି । ଆମେରିକାରେ ୫୦ ରାଜ୍ୟରେ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ୍ ରହିଛି । ନିର୍ବାଚନ ଜିତିବାକୁ ହେଲେ ମ୍ୟାଜିକ୍ ନମ୍ବର ୨୭୦ ଆଙ୍କ ଛୁଇଁବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ୧୯୮ ଆସନରେ ଲିଡ୍ ନେଇଥିବା ବେଳେ ହମଲା ହାରିସ୍ ୧୦୯ ଇଲେକ୍ଟ୍ରୋଲ କଲେଜରେ ଆଗରେ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button