ରାଜ୍ୟ

ଜାଲରେ ପଡ଼ିଲା ୨୨ କେଜିଆ ‘ବୋଦ’ ମାଛ

ବାରଙ୍ଗ: ଆଜି ମୁଣ୍ଡଳୀ ଆନିକଟ ତଳମୁଣ୍ଡ ମହାନଦୀରୁ ଏକ ବିରଳ ବୋଦ ମାଛ ଧରାପଡ଼ିଥିଲା। ମାଛଟିର ଓଜନ ୨୨ କେଜି ଥିଲା। ସାଧାରଣତଃ ମହାନଦୀ ଉପରମୁଣ୍ଡରେ ପଥରଶଯ୍ୟା ଥିବା ସମ୍ବଲପୁର ଓ ସୋନପୁର ଅଞ୍ଚଳରେ ଏହି ମାଛ ଦେଖିବାକୁ ମିଳନ୍ତି ବୋଲି କୁହାଯାଉଛି। ଗତ ବନ୍ୟା ବେଳେ ମାଛଟି ମହାନଦୀର ତଳମୁଣ୍ଡକୁ ଭାସି ଆସିଥିବା ଅନୁମାନ କରାଯାଉଛି।

ମହାନଦୀ ତଳମୁଣ୍ଡରେ ଦେଖାଯାଉଥିବା ଜଳଙ୍ଗ ମାଛ ସଦୃଶ ଏହି ବୋଦ ମାଛ ଦେଖିବାକୁ ଆଜି ପ୍ରବଳ ଭିଡ଼ ହୋଇଥିଲା। ମତ୍ସ୍ୟଜୀବୀ ରବି ଦଳାଇ ଆଜି ଡଙ୍ଗା ନେଇ ମଝି ନଈରେ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା।

ସେ କୂଳକୁ ଆସିବା ପରେ ମାଛ କିଣିବାକୁ ବହୁ ଲୋକ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଏତେ ବଡ଼ ମାଛ କିଣିବା କୌଣସି ଜଣେ ବ୍ୟକ୍ତିଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ମାତ୍ର ଜଣେ କିଲୋଗ୍ରାମ୍ ପିଛା ୨୬୦ ଟଙ୍କା ହିସାବରେ ୫୭୨୦ ଟଙ୍କା ଦେଇ ମାଛଟିକୁ କିଣି ନେଇଥିଲେ। ଏହି ମାଛର ମଝିରେ କେବଳ ଗୋଟିଏ କଣ୍ଟା ଥାଏ। ମାଂସାଳ, ଚିକ୍କଣ ଓ ସ୍ୱାଦିଷ୍ଟ ହୋଇଥିବାରୁ ଏହି ମଧୁର ମାଛର ଚାହିଦା ବହୁତ। ଏମାନେ ୭୦ କେଜିରୁ କ୍ବିଣ୍ଟାଲ ପର୍ଯ୍ୟନ୍ତ ବଢ଼ିପାରନ୍ତି। ୧୯୯୯ ମସିହାରେ ମତ୍ସ୍ୟଜୀବୀ ସଚିତ୍ର ବେହେରା ୫୨ କେଜିଆ ବୋଦ ମାଛ ଧରିଥିବା ଆଲୋଚନା ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button