ରାଜ୍ୟ

ବିଧାନସଭାରେ ରୋଚକ ପ୍ରଶ୍ନ; ମଦ୍ୟପଙ୍କୁ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି?

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ରୋଚକ ପ୍ରଶ୍ନ। ମଦ୍ୟପମାନଙ୍କୁ ସ୍ୱାସ୍ଥ୍ୟବୀମା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ନା କିଛି ବ୍ୟବସ୍ଥା କରିବେ କି। ଶନିବାର ଗୃହରେ ଏଭଳି ପ୍ରଶ୍ନ କରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ। ରାଜ୍ୟରେ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ କଣ ଅଛି। ମଦ୍ୟମମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମାଭୁକ୍ତ ଓ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର କଣ ବ୍ୟବସ୍ଥା କରିବେ କି।

ତେବେ ଏଭଳି ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବାକୁ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ନାହିଁ। ଏହାସହ ରାଜ୍ୟରେ ମଦ୍ୟପମାନଙ୍କୁ ପଞ୍ଜିକରଣ କରି ବୀମାଭୁକ୍ତ ଓ ସ୍ୱାସ୍ଥ୍ୟବୀମା ଭୁକ୍ତ କରିବାକୁ କୌଣସି ବ୍ୟବସ୍ଥା ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button