ରାଜ୍ୟ
10th Exam କୁ ନେଇ ଆସିଲା ବଡ଼ ଖବର, ଆରମ୍ଭ ହେଲା 10th Examର ଫର୍ମ ଫିଲପ ଏମିତି କରନ୍ତୁ

ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାରର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍ଲାଇନରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାର ହେବ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଆଜିଠାରୁ ଆରମ୍ଭ ହେଉଥିବା ଫର୍ମ ପୂରଣ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ଅନ୍ୟପଟେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଅଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ ପରୀକ୍ଷା ନମ୍ୱର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ୍ୱେବ୍ସାଇଟରେ ଅପଲୋଡ୍ କରିବେ ।
ଆଜିଠାରୁ ଆରମ୍ଭ ହେଉଥିବା ଏହି ମାର୍କ ଅପଲୋଡ୍ ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଯାଇଛି ।