ରାଜ୍ୟ

ସ୍ପେନରେ ଭୟଙ୍କର ବନ୍ୟା ; ୨୦୦ରୁ ଅଧିକ ଲୋକ ମୃତ

ବନ୍ୟା ସମସ୍ୟା ସହ ସ୍ପେନ ବର୍ତ୍ତମାନ ସଂଘର୍ଷ କରୁଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବନ୍ୟା ଦ୍ୱାରା ସର୍ବାଧିକ ଭାଲେନ୍ସିଆ ସହର ପ୍ରଭାବିତ ହୋଇଛି।

ରିପୋର୍ଟ ଅନୁଯାୟୀ, ଏହି ଝଡ଼ରେ ଅତି କମରେ ୨୦୫ ଜଣ ପ୍ରାଣ ହରାଇଛନ୍ତି। ଅଧିକାଂଶ ମୃତ୍ୟୁ ଭାଲେନ୍ସିଆ ସହରରେ ଘଟିଛି।

ବିପଦକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ କେତେକ ଅଞ୍ଚଳରେ ରାସ୍ତା ଭାଙ୍ଗିଯାଇଛି, ଯେଉଁ କାରଣରୁ ଜରୁରୀକାଳୀନ ସେବା ପହଞ୍ଚିପାରୁ ନାହିଁ।

ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ପର୍କରେ ସ୍ପେନର ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ହୁଲେଭାରେ କ୍ରମାଗତଭାବେ ୧୨ଘଣ୍ଟା ପାଇଁ ୨୪୦ ମିଲିମିଟର ବର୍ଷା ହୋଇପାରେ। ଏଥି ସହିତ ଅନ୍ୟ ଅଞ୍ଚଳରେ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button