ଦେଶ- ବିଦେଶ

ମହିଳାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଖଜୁରୀ, ଦୂର ହେବ ଏହି ସମସ୍ତ ସମସ୍ୟା

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ହେଲେ ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ ଭଲ । ଖାଲି ପେଟରେ 2ଟି ଖଜୁରି ଖାବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଫର୍ଟିଲିଟି ପାଇଁ ଏହା ଲାଭ ଦାୟକ: ଖଜୁରୀ ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ । ହରମୋନ୍ କୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ଖଜୁରୀ ।

ସେହିପରି ହରମୋନ୍ ସମସ୍ୟାରେ ମଧ୍ୟ ଦୂର କରିଥାଏ ।

ଗର୍ଭାବସ୍ଥାରେ ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଡାକ୍ତରମାନେ ଏହି ସମୟରେ ଖଜୁରୀ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ଏଥିରେ ଭିଟାମିନ୍ ବି ଯାହା ଅଧିକ ପରିମାଣରେ ରହିଥାଏ ।

ଖଜୁରୀ ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି 6, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି ଏସିଡ୍ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ।

ଖଜୁରୀରେ ଭିଟାମିନ୍ ସିଏ ଓ ଡି ଭରପୁର ପରିମାଣରେ ରହିଥାଏ । ଯାହା କେଶ ଓ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ । କେଶ ଝଡ଼ିବା ମଧ୍ୟ କମ୍ କରିଥାଏ । ଖଜୁରୀରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ପରିମାଣରେ ରହିଥାଏ। ଯାହା ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିଥାଏ । ସେହିପରି ଖଜୁରୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ସେହିପରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button